ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଆଜି ଠାରୁ ସାରା ଦେଶରେ ହେଉଛି ବଡ଼ ପରିବର୍ତ୍ତନ। ହାଣ୍ଡିଶାଳ ଠାରୁ ପାଠପଢା ପର୍ଯ୍ୟନ୍ତ | ଏମିତିକି ଏହିମାସରେ ଦୂରଯାତ୍ରା ଉପରେ ଅଙ୍କୁଶ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ମଧ୍ୟ ନିୟମ ହୋଇଛି।
କେଉଁଥିରେ ପରିବର୍ତ୍ତନ ହେଉଛି ଆସନ୍ତୁ ଜାଣିବା|
ପ୍ରଥମ ପରିବର୍ତ୍ତନ- ଯେମିତିକି ଏଲ.ପି.ଜି ସିଲିଣ୍ଡର୍ ଦର ଏହି ମାସରେ ପରିବର୍ତ୍ତନ ହେବାକୁ ଯାଉଛି ।ଏଲ.ପି.ଜି ବିକ୍ରିରେ ହେଉଥିବା କ୍ଷତି ଯୋଗୁଁ ଦର ବୃଦ୍ଧି ହେବାର ଆଶଙ୍କା କରାଯାଉଛି ।
ଦ୍ଵିତୀୟ ପରିବର୍ତ୍ତନ- ବ୍ୟାଙ୍କ କାରବାର । ଟଙ୍କା ଜମା ଠାରୁ ଉଠାଇବା ପର୍ଯ୍ୟନ୍ତ ସବୁଥିରେ ଏବେ ଚାର୍ଜ ଲାଗିପାରେ । ବ୍ୟାଙ୍କ୍ ଅଫ୍ ବରୋଦା ପ୍ରଥମେ ଏହି ନିୟମ କାର୍ଯ୍ୟକାରୀ କରିପାରେ । ଆସନ୍ତା କାଲି ଠାରୁ ନିର୍ଦ୍ଧାରିତ ଟଙ୍କା ଠାରୁ ଅଧିକ ଉଠାଇଲେ ଚାର୍ଜ ଲାଗିବ । ଏବଂ ଲୋନ୍ ଖାତା ପାଇଁ ୧୫୦ ଟଙ୍କା ଦେବାକୁ ପଡିବ ।ଆଉ ଜମାଧାରି ୩ ଥର ପାଇଁ ମାଗଣା ସେବା ପାଇପାରିବେ ।ଯଦି ୪ର୍ଥ ଥର ପାଇଁ ଗ୍ରାହକ ଟଙ୍କା ଜମା କରନ୍ତି ତାହେଲେ ୪୦ ଟଙ୍କା ଚାର୍ଜ ଆକାରରେ ଦେବାକୁ ପଡ଼ିବ । ତେବେ ଜନଧନ ଆକାଉଣ୍ଟକାରୀଙ୍କୁ ଜମା ଉପରେ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । କିନ୍ତୁ ଉଠାଇଲା ବେଳେ ୧୦୦ ଟଙ୍କା ଦେବାକୁ ପଡିବ ।
ତୃତୀୟ ପରିବର୍ତ୍ତନ- ପ୍ରଭାବିତ ହେବେ ଟ୍ରେନ ଯାତ୍ରୀ । ଭାରତୀୟ ରେଳବାଇ ପକ୍ଷରୁ କାଲି ଠାରୁ ଟ୍ରେନ ଟାଇମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ୧ ତାରିଖରୁ ହେବାକୁ ଥିବା ପରିବର୍ତ୍ତନ ନଭେମ୍ବର ୧ ତାରିଖରୁ ହେବାକୁ ଯାଉଛି । ଫଳରେ ୧୩,୦୦୦ ଯାତ୍ରୀବାହି ଏବଂ ୭,୦୦୦ ମାଲବାହୀ ଟ୍ରେନର ସମୟ ବଦଳିଯାଇପାରେ ।ଏବଂ ଦେଶରେ ଗଡୁଥିବା ପ୍ରାୟ ୩୦ଟି ରାଜଧାନୀ ଟ୍ରେନର ସମୟ ମଧ୍ୟ ବଦଳିବାକୁ ଯାଉଛି ।
ଚତୁର୍ଥ ପରିବର୍ତ୍ତନ-ରୋଷେଇ ଘରକୁ ଗ୍ୟାସର ଡେଲିଭରି ପ୍ରକ୍ରିୟା ବଦଳିବାକୁ ଯାଉଛି । ଗ୍ୟାସ୍ ବୁକିଙ୍ଗ ବେଳେ ହିତାଧିକାରୀମାନଙ୍କ ମୋବାଇଲକୁ ଏକ ଓଟିପି ପଠାଯିବ । ଏବଂ ଯେତେବେଳେ ଡେଲିଭରି ବୟ ଗ୍ୟାସ୍ ଆଣିକି ଦେବ ଏହି ଓଟିପି ସେୟାର କରିବାକୁ ପଡ଼ିବ ।
ପଞ୍ଚମ ପରିବର୍ତ୍ତନ- ପ୍ରଭାବିତ ହୋଇପାରେ ଗାଁ ଠୁ ସହର । ନଭେମ୍ବର ପହିଲାରୁ କିଛି I phone ଏବଂ Android ଫୋନ ରେ କାମ କରିବ ନାହିଁ WhatsApp |
ଷଷ୍ଠ ପରିବର୍ତ୍ତନ- ରେ ଆନ୍ତର୍ଜାତିକ ବିମାନ ସେବା ଉପରେ ପ୍ରତିବନ୍ଧକ ରହିବ ।
ସପ୍ତମ ପରିବର୍ତ୍ତନ-ମରେ ଦିଲ୍ଲୀରେ ସମସ୍ତ ଘରୋଇ ଏବଂ ସରକାରୀ ସ୍କୁଲ ଖୋଲିବ ବୋଲି ନିଷ୍ପତି ନିଆଯାଇଛି ।କିନ୍ତୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ । ସମସ୍ତ ସ୍କୁଲରେ ସର୍ବାଧିକ ୫୦ ପ୍ରତିଶତ ଉପସ୍ଥାନ ରହିବ ବୋଲି ସ୍କୁଲ କତୃପକ୍ଷ ତରଫରୁ କୁହାଯାଇଛି ।ଏହା ସହିତ ସ୍କୁଲ କତୃପକ୍ଷ ଙ୍କର ଟୀକାକରଣ ହୋଇଥିବା ଆବଶ୍ୟକ । ଉଭୟ ଅନଲାଇନ ଏବଂ ଅଫଲାଇନ୍ ପାଠପଢା ହେବ ।
ଭୁବନେଶ୍ୱର ମହାନିଗମ ପକ୍ଷରୁ ସୂଚନା ଆସିଛି ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦିରେ ୨୫୦ଜଣ ଲୋକ ଯୋଗଦାନ ଦେଇପାରିବେ । କୋଭିଡ୍ କଟକଣା ପାଇଁ ମାସ୍କ ପିନ୍ଧିବା ଦୂରତା ରଖିବା ଆଦି କାର୍ଯ୍ୟ ମାନିବା ଉଚିତ୍ । ନଭେମ୍ବର ପହିଲାରୁ ପୁରୀ ବାସୀଙ୍କ ଲାଗି ଖୋଲିବ ଶ୍ରୀ ମନ୍ଦିରର ପଶ୍ଚିମ ଦ୍ଵାର । ପୁରୀବାସୀ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରି ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିବେ । ନଭେମ୍ବର ୧ ରୁ ଆରମ୍ଭ ହେବ ଭୋଟର କାର୍ଡ ସଂଶୋଧନ ପ୍ରକ୍ରିୟା । ନଭେମ୍ବର ୧ ରୁ କଇଁଛ ମାନଙ୍କ ପ୍ରଜନନ ପାଇଁ କଟକଣା ଲାଗୁ ହେବାକୁ ଯାଉଛି। ନଭେମ୍ବର ୧ ତାରିଖରୁ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟ ଖୋଲିବାକୁ ଯାଉଛି । ପେଟ୍ରୋଲ ଦର ବୃଦ୍ଧି କାରଣରୁ ବିଜୁ ଜନତା ଦଳ ଏବଂ ବିଜୁ ଛାତ୍ର ସଂଘ ତରଫରୁ ପେଟ୍ରୋଲ ପମ୍ପରେ କେନ୍ଦ୍ର ବିରୋଧରେ ପ୍ରତିବାଦ କରାଯିବ । ନଭେମ୍ବର ୧ ରୁ ଯୁକ୍ତ ୩ ର ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ଲାସରୁମ୍ ପାଠପଢା ଆରମ୍ଭ ହେବ । ନଭେମ୍ବର ୧୫ ରୁ ପିଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ଲାସରୁମ୍ ପାଠପଢା ଆରମ୍ଭ ହେବ ଏବଂ ହଷ୍ଟେଲ ମଧ୍ୟ ଖୋଲିବ । ଆସନ୍ତା କାଲିଠାରୁ ଲାଗୁ ହେବ ଏହି ସବୁ ନିୟମ । ଏହାକୁ ନ ମାନିଲେ ଆପଣ ଅସୁବିଧାର ସମ୍ମୁଖୀନ ହେବେ ।
Discussion about this post