ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୀର୍ଘ ଦିନର ଅପେକ୍ଷା ପରେ ଆଜିଠୁ ରାଜ୍ୟରେ ଖୋଲୁଛି ବିଭିନ୍ନ ପ୍ଲାନେଟୋରିୟମ୍ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍, ବୁର୍ଲା ସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ୍ ପ୍ଲାନେଟୋରିୟମ୍ ଓ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ଖୋଲୁଛି । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଅନୁସାରେ ଏସବୁ ସର୍ବସାଧାରଣଙ୍କ ପାଇଁ ଖୋଲିବ । ପ୍ରବେଶ ପଥରେ ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ପ୍ଲାନେଟୋରିୟମ୍ ପରିଦର୍ଶନ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସମସ୍ତେ ସାମାଜିକ ଦୂରତା ନିୟମ ମାନିବେ । ହାତକୁ ସାନିଟାଇଜ୍ କରିବେ । ପ୍ଲାନେଟୋରିୟମରେ ପ୍ରବେଶ କରିବା ପାଇଁ ବୟସ୍କଙ୍କୁ ଟିକାର ଦୁଇଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ । ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ସପ୍ତାହରେ ଶନିବାର ଓ ରବିବରା ବନ୍ଦ ରହିବ । ଅନ୍ୟ ସବୁଦିନେ ଖୋଲା ରହିବ । ତେବେ ବୁର୍ଲା ସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ୍ ପ୍ଲାନେଟୋରିୟମ୍ ଓ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ସପ୍ତାହରେ ସବୁ ଦିନ ଖୋଲିବ ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..