ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆମେରିକା ଗସ୍ତ କରିବେ । ୨୩ ତାରିଖରେ ପ୍ରଧାମନନ୍ତ୍ରୀ ଆମେରିକାର ଟପ୍ ସିଇଓଙ୍କୁ ଭେଟିବେ। ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଭେଟି ଭାରତ-ଆମେରିକା ମଧ୍ୟରେ ସାମରିକ ସହଯୋଗ, ବାଣିଜ୍ୟ, ସୁରକ୍ଷା ଆଦି ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଆମେରିକା ଉପରାଷ୍ଟ୍ରପତି କମଲା ହାରିସ, Apple ମୁଖ୍ୟଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରିବା ସହ କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବେ। ୨୪ ତାରିଖରେ ପ୍ରଧାମନ୍ତ୍ରୀ କ୍ୱାଡ୍ ସମ୍ମିଳନୀରେ ଯୋଗ ଦେବେ ଓ ୨୫ ତାରିଖରେ UNGA କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ଓ ଜାପାନର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଆମେରିକା ଗସ୍ତ। ଏହାପୂର୍ବରୁ ଉଭୟ ଭର୍ଚୁଆଲ୍ ମାଧ୍ୟମରେ ଗତ ମାର୍ଚ୍ଚରେ କ୍ୱାଡ୍ ସମ୍ମିଳନୀ, ଏପ୍ରିଲରେ ଜଳବାୟୁ ପରିବର୍ତ୍ତନ ଓ ଜୁନ୍ ୭ରେ G-7 ସମ୍ମିଳନୀରେ ଉଭୟଙ୍କ ଭେଟ ହୋଇଥିଲା।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..