ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ ଭୀଷଣ ଅଗ୍ନିକାଣ୍ଡ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଛି | ଏହି ଘଟଣା ମଙ୍ଗଳବାର ଦେବାରଚିକାନା ଆପାର୍ଟମେଣ୍ଟରେ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇକୁ ପ୍ରୟାସ ଜାରି ରଖିଛି। ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ସନ୍ଧ୍ୟା ରେ ଅଗ୍ନିକାଣ୍ଡ ଘଟିଥିଲା | ଏହା ପରେ ଦମକଳ ବାହିନୀ ପହଞ୍ଚି ବିଲ୍ଡିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲା । ଗ୍ୟାସ ସିଲିଣ୍ଡର ଲିକ୍ ହେବା ପରେ ବିଲ୍ଡିଂରେ ନିଆଁ ଲଗିଥିଲା ବୋଲି ଡିଜିପି କହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ୩ଟି ଦମକଳ ଗାଡ଼ି ସେଠାରେ ପହଞ୍ଚିଥିଲା। ଘଟଣାସ୍ଥଳରୁ ଯେଉଁ ଫଟୋ ମିଳିଛି ସେଥିରେ ନିଆଁ ବିଲ୍ଡିଂର ମଧ୍ୟଭାଗରେ ଲାଗିଥିବା ଦେଖିବାକୁ ମିଳିଛି।






More Stories
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..