ରିପୋର୍ଟ କାର୍ଡ / ଭୁବନେଶ୍ୱର
ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ତିନିଦିନିଆ ଓଡିଶା ଗସ୍ତରେ ଆସିଛନ୍ତି । ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଏବଂ ବିକାଶ ପଥରେ ଆଗେଇ ଚାଲିଥିବା ଓଡ଼ିଶାକୁ ଆହୁରି କିପରି ଆଗକୁ ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ| ଆଜି ଓଡ଼ିଶା ପହଞ୍ଚିବା ପରେ ଭୁବନେଶ୍ବର ବିମାନବନ୍ଦରରେ ସେ ଓଡ଼ିଶାକୁ ନେଇ ନିଜର ମତ ରଖିଛନ୍ତି। ୨୦୧୧ ରୁ ୨୦୨୦ ପର୍ଯ୍ୟନ୍ତ ଓଡ଼ିଶାର ମୁଣ୍ଡପିଛା ଆୟ ଦେଶର ଆୟର ତୁଳନାରେ ଅଧିକ ରହିଥିବା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ। ଏହା ସହ ସେ କହିଛନ୍ତି ଯେ, ଓଡ଼ିଶାରେ ଭରପୂର ଖଣିଜ ପଦାର୍ଥ ମହଜୁଦ୍ ରହିଛି ଏବଂ ତାହା କିପରି ଅଧିକ ବଢିପାରିବ ଓ ତାହାର ଅଧିକ ସଦୁପୋଯୋଗ ହୋଇପାରିବ ସେନେଇ ମଧ୍ୟ ଆଲୋଚନା ହେବ । ଏହା ସହ ଓଡିଶାର ପର୍ଯ୍ୟଟନ ଓ କୃଷିର ଅଗ୍ରଗତି କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରାଯିବ।






More Stories
ଅକ୍ଟୋବରରୁ ନୂଆ ଭୋଟର ତାଲିକା ପ୍ରସ୍ତୁତି…..
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି…..
ହୀରାକୁଦ ଖୋଲିଲା ଆଉ ୪ ଗେଟ୍…..