ରିପୋର୍ଟ କାର୍ଡ / ବାଲେଶ୍ୱର
ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ୍ପ୍ୟାଡ୍ରୁ ସୋମବାର ଆକାଶ କ୍ଷେପଣାସ୍ତ୍ରର ବିକଶିତ ମଡେଲ ଆକାଶ ଏନ୍ଜି ପରୀକ୍ଷା କରାଯାଇଛି। ଡିଆରଡିଓ ଦ୍ବାରା ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୭୦ କିମି ରହିଛି। ପରୀକ୍ଷା ସମୟରେ ରାଡାର ମାଧ୍ୟମରେ ସଂଗ୍ରହ ହୋଇଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ଏଥିରେ ଆଣବିକ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରାଯାଇପାରିବ। ଆକାଶ ଏନ୍ଜି କ୍ଷେପଣାସ୍ତ୍ରକୁ ପ୍ରଥମେ ଗତ ଜାନୁଆରି ମାସ ୨୫ ତାରିଖରେ ପରୀକ୍ଷା କରାଯାଇଥିଲା। ଦ୍ବିତୀୟ ଥର ଗତ ମାର୍ଚ୍ଚ ମାସ ୨୩ ତାରିଖରେ ପରୀକ୍ଷା କରାଯାଇ ଥିବାବେଳେ ଜୁଲାଇ ମାସ ୨୧ ତାରିଖରେ ତୃତୀୟ ଥର ଓ ୪ର୍ଥ ଥର ପରୀକ୍ଷା ହୋଇଥିଲା। ୨୦୨୩ ମସିହା ସୁଦ୍ଧା ଏହାକୁ ଭାରତୀୟ ସେନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିଶେଷ କରି ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଚିହ୍ନଟ କରି ତୁରନ୍ତ ଧ୍ବଂସ କରିବାର କ୍ଷମତା ଏଥିରେ ରହିଛି। ପୂର୍ବରୁ ଆକାଶ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ଥିଲା।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……