ରିପୋର୍ଟ କାର୍ଡ / ମୁମ୍ବାଇ
ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ୍ଣ ହେବାରୁ ଅକ୍ଷୟ କୁମାର ଲଣ୍ଡନରେ ସିଣ୍ଡ୍ରେଲା ଫିଲ୍ମର ଶୁଟିଂ ଅଧାରୁ ଛାଡି ମୁମ୍ବାଇ ପଳାଇ ଆସିଥିଲେ । ମାଆଙ୍କ ମୃତ୍ୟୁ ଖବର ଅକ୍ଷୟ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ପୂର୍ବରୁ ବାପା ଚାଲି ଯାଇଥିବା ବେଳେ ଏବେ ମାଆ.. ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛି । ଆପଣମାନଙ୍କ ପ୍ରାର୍ଥନା ଆମ ମନୋବଳ ବଢ଼ାଇବ ବୋଲି ସେ ଲେଖିଛନ୍ତି । ସେ ହରି ଓମ୍ ପ୍ରଡକ୍ସନର କୋ ପାର୍ଟନର ଥିଲେ । ଅନେକଗୁଡିଏ ଫିଲ୍ମରେ ସେ ପ୍ରଡ୍ୟୁସର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି ।






More Stories
ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଦେଓଲ…..
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..