ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୨ରେ ବିଧାନସଭା ନିର୍ବାଚନ ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶ,ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ବୁଧବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ପ୍ରଭାରୀ ଘୋଷଣା କରାଯାଇଛି। କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଅନୁରାଗ ଠାକୁର, ସରୋଜ ପାଣ୍ଡେ ଏବଂ ଅର୍ଜୁନ ରାମ ମେଘଓ୍ବାଲଙ୍କୁ ଉତ୍ତରପ୍ରଦେଶର ସହ ପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି। ପଞ୍ଜାବ ପାଇଁ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ବତଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କେନ୍ଦ୍ରୀୟମନ୍ତ୍ରୀ ପ୍ରହଲାଦ ଯୋଶୀଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଉତ୍ତରାଖଣ୍ଡର ସହ ପ୍ରଭାରୀ ଭାବେ ଏମ୍ପି ଲକେଟ ଚାଟାର୍ଜୀ ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସରଦାର ଆର.ପି. ସିଂଙ୍କୁ ନିଯୁକ୍ତ କରାଯାଇଛି। ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କୁ ମଣିପୁରର ପ୍ରଭାରୀ ନିଯୁକ୍ତ କରାଯାଇଥିବାବେଳେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍ଙ୍କୁ ଗୋଆର ଦାୟିତ୍ୱ ପ୍ରଦାନ କରାଯାଇଛି।






More Stories
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି…..
ଶପଥ ନେଲେ କେରଳର ନୂଆ ମୁଖ୍ୟମନ୍ତ୍ରୀ…..
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବେ ଷ୍ଟାର୍ମର !…..