ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେବୃଆରୀ ୨୮ରୁ ବନ୍ଦ ରହିବ କୋଭିଡ କେୟାର ସେଣ୍ଟର | ରାଜ୍ୟରେ କରୋନା ସ୍ଥିତି ସୁଧାର ଆସିବାରେ ଲାଗିଛି | ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହାଇଟେକ୍, କିମସ କୋଭିଡ ହସ୍ପିଟାଲ ବନ୍ଦ ହେବ । ଏନେଇ ବିଏମସି ପକ୍ଷରୁ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଠାଯାଇଛି କ୍ଲୋଜର ନୋଟିସ । ତେବେ ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ୩୦ରେ ସୀମିତ ଶଯ୍ୟା ରହିବ । ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଏନେଇ ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।






More Stories
‘ଇ-ଡିଟେକ୍ସନ୍’;ଆପେଆପେ କଟିବ ଚାଲାଣ….
ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ;ମିଳିବ ନିଯୁକ୍ତି……
ଡିଜିପି ମନୋନୟନ ମାମଲା;ଆଜି ସୁପ୍ରିମକୋର୍ଟରେ ଶୁଣାଣି…..