ରିପୋର୍ଟ କାର୍ଡ / କଟକ
ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ବାତିଲ ହୋଇଛି | ଏହି ସମୟରେ ଉଚ୍ଚଶିକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ଓ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ବୋର୍ଡର ସଭାପତି ରାମାଶିଷ ହାଜରା ଆଜି ଏଭଳି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମାଟ୍ରିକ୍ ପରୀକ୍ଷା ବାତିଲ ଘୋଷଣା ପରେ କେଉଁ ଆଧାରରେ ପରୀକ୍ଷାର୍ଥୀଙ୍କୁ ନମ୍ବର ଦିଆଯିବ ବା ପାସ୍ କରାଯିବ ତାହା ଏବେ ବୋର୍ଡ କର୍ତ୍ତୃପକ୍ଷଙ୍କ ପାଖରେ ବିଚାରାଧୀନ ରହିଛି। ଏହାକୁ ନେଇ ଆଲୋଚନା ଚାଲିଛି। ଏ ବିଷୟରେ ବୋର୍ଡ ଓ ରାଜ୍ୟ ସରକାର ବିଭିନ୍ନ ଦିଗକୁ ବିଚାର କରି ଆଲୋଚନା କରୁଛନ୍ତି। ଯଦି ବିଦ୍ୟାଳୟରେ ହୋଇଥିବା ପ୍ରାକ୍ଟିସ୍ ପରୀକ୍ଷା ଆଧାରରେ ନମ୍ବର ଦିଆଯାଏ, ତେବେ ଏକ୍ସରେଗୁଲାର, ମଧ୍ୟମା, ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଏଥିରୁ ବାଦ୍ ପଡ଼ିଯିବେ। ତେଣୁ ଏକ ଷ୍ଟାଣ୍ଡାର୍ଡ ନିର୍ଧାରଣ ପାଇଁ ପଦକ୍ଷେପ ନିଆଯିବ, ଯାହାକି ସମସ୍ତଙ୍କ ପାଇଁ ସୁବିଧାଜନକ ହେବ। ଯେଉଁମାନେ ବୋର୍ଡ ଦ୍ବାରା ସ୍ଥିରିକୃତ ପରୀକ୍ଷାଫଳରେ ଅସନ୍ତୋଷ ବ୍ୟକ୍ତ କରିବେ, ସେମାନଙ୍କ ପାଇଁ ଦ୍ବିତୀୟ ପରୀକ୍ଷା କରାଯିବାର ଯୋଜନା ମଧ୍ୟ ଚାଲିଛି। କିନ୍ତୁ ସମସ୍ତେ ସାର୍ଟିଫିକେଟ୍ ଓ ମାର୍କସିଟ୍ ପାଇବେ ବୋଲି ବୋର୍ଡ ସଭାପତି ସ୍ପଷ୍ଟ କରିଛନ୍ତି।
More Stories
ସ୍କୁଲ ଦୋଳିରୁ ପଡ଼ି ୪ର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ….
ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ଆବେଦନ…..
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା;ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ…..