Report Card Odisha

| Daily Odia News

ଶ୍ରୀମନ୍ଦିର ସେବାୟତମାନଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା….

ରିପୋର୍ଟ କାର୍ଡ / ପୁରୀ

ପୁରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଘୋଷଣା କରିଛନ୍ତି। ପ୍ରଶାସନର ସୂଚନା ମୁତାବକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କୁ ୨ ଲକ୍ଷ ଟଙ୍କାର ମୌଳିକ ବୀମା ସୁବିଧା ଯୋଗାଇ ଦିଆଯିବ। ଏନେଇ ବୀମା କମ୍ପାନି ସହ ଆଲୋଚନା ହୋଇଥିବା କହିଛି ଶ୍ରୀମନ୍ଦିର ପ୍ରଶାସନ। ଅନ୍ୟପଟେ ଯେଉଁ ସେବାୟତମାନେ ଗରୁତର ଅସୁସ୍ଥ ହେବେ, ସେମାନଙ୍କ କ୍ଷେତ୍ରରେ ଆଉ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଯୋଗାଇ ଦିଆଯିବ। କହିରଖୁ କି କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁ ଦର୍ଶନ ବନ୍ଦ କରାଯାଇଛି। ଦର୍ଶନ ବନ୍ଦ ରହିଥିବା ବେଳେ ସେବାୟତମାନଙ୍କ ଦ୍ୱାରା ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଚାଲୁ ରହିଛି।

Breaking News