ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ଏପ୍ରିଲ୍ ମାସ ୧୫ ତାରିଖରେ ଚିଲିକା ବୁଲିଯିବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ। ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ଘୋଷଣା କରିଛନ୍ତି । କହିଛନ୍ତି ଯେ, ଆସନ୍ତା ୧୫ ତାରିଖ ସମସ୍ତେ ଚିଲିକା ବୁଲିବାକୁ ଯିବେ । ଏଥିଲାଗି ୬ ତାରିଖ ସୁଦ୍ଧା ଇଚ୍ଛୁକ ଥିବା ମନ୍ତ୍ରୀ ଓ ବିଧାୟକମାନମେ ବିଧାନସଭା ସଚିବାଳୟକୁ ଅବଗତ କରିବେ । ୧୫ ତାରିଖ ଦିନ ସକାଳ ୭ଟାରେ ବିଧାନସଭାରେ ସମସ୍ତଙ୍କୁ ପହଞ୍ଚିବା ପାଇଁ ନିର୍ଦ୍ଦେଶ ରହିଛି । ବ୍ରେକ୍ ଫାଷ୍ଟ ପରେ ସମସ୍ତ ଆଇଏନ୍ଏସ୍ ଚିଲିକା ଯିବେ । ସେଠାରେ କାଳିଯାଇ ବୁଲିବେ ଏବଂ ଆଇଏନ୍ଏସ୍ ଚିଲିକାରେ କେମିତି ଯୁଦ୍ଧ ନେଇ ପ୍ରସ୍ତୁତି ହେଉଛି , ତାହା ଦେଖିବେ । ଶେଷରେ ସଂଧ୍ୟା ୬ଟାରେ ସମସ୍ତେ ଘରକୁ ଫେରିବ ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..