ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର କୋଲୋରାଡୋ ସ୍ଥିତ ବୋଲ୍ଡରର ଏକ ସୁପରମାକେର୍ଟରେଗୁଳିକାଣ୍ଡ ଘଟି ୧୦ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିମାଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତମାନଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ମଧ୍ୟ ଅଛନ୍ତି । ନ୍ୟୁଜ୍ ଏଜେନ୍ସି ଏପି ମୁତାବକ ଗୁଳିକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଗୁଳିକାଣ୍ଡରେ ସଂପୃକ୍ତ ଜଣେ ସନ୍ଧିଗ୍ଧକୁ ପୋଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି । କିନ୍ତୁ ଅଭିଯୁକ୍ତଜଣକ କାହିଁକି ଗୁଳିମାଡ କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ପୋଲିସ ଖୁଲାସା କରିପାରିନାହିଁ । ଗୁଳିକାଣ୍ଡ ଘଟଣାରେ ଯାଞ୍ଚ ଜାରି ରଖିଥିବା କହିଛି ପୋଲିସ । ସୂଚନାଯୋଗ୍ୟ, ବୋଲ୍ଡରର ଗୋଟିଏ ଜନଗହଳିପୂର୍ଣ୍ଣ ସୁପରମାର୍କେଟର ଭିଡ ମଧ୍ୟରେ ଜଣେ ଆତତାୟୀ ଗୁଳିମାଡ କରିଥିଲା । ସୁପର୍ମାର୍କେଟ୍ରେ ଭିଡ ଅଧିକ ଥିବାରୁ ଲୋକମାନେ ଧାଁ ଦୌଡ କରିଥିଲେ । ତେବେ ଗୁଳିବାଜିବା କାରଣରୁ ୯ ଜଣ ସାଧାରଣ ଲୋକ ଏବଂ ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।





More Stories
ସାବଧାନ,ବଜାରରେ ମିଳିଲାଣି ନକଲି ଆଳୁ!……
ଆଜି ସିଏମଏସ-୩ ଉପଗ୍ରହ ଉତ୍କ୍ଷେପଣ……
ଶଙ୍କରକୁ ଭୁବନେଶ୍ଵର ଆଣିଲା କ୍ରାଇମବ୍ରାଞ୍ଚ……