ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ଚିକାଗୋ ଇଲିନୋଇଜ ସ୍ଥିତ ହାଇଲ୍ୟାଣ୍ଡ ପାର୍କରେ ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏହି ଗୁଳିକାଣ୍ଡ ଗତକାଲି ଅର୍ଥାତ୍ ଜୁଲାଇ ୪ରେ ଘଟିଥିଲା । ଆମେରିକାର ସ୍ୱାଧୀନତା ଦିବସ ପରେଡ୍ ଚାଲିଥିବା ବେଳେ ଦୁର୍ବୃତ୍ତ ମାନେ ଇଲିନୋଇଜ ସ୍ଥିତ ହାଇଲ୍ୟାଣ୍ଡ ପାର୍କରେ ପହଞ୍ଚି ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୪ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ବାଇଡେନ୍ ଉଦବେଗ ପ୍ରକାଶ କରିବା ସହ କଡ଼ା ନିନ୍ଦା କରିଛନ୍ତି । ସେପଟେ ପୋଲିସ ଘଟଣାର ତଦନ୍ତ କରିବା ସହ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିଛି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..