ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି।ନୂତନ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟର ସୁରକ୍ଷା କର୍ମୀମାନେ ଯେକୌଣସି ସମୟରେ ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ଯାଞ୍ଚ କରିପାରିବେ। ଯଦି କୌଣସି ବ୍ୟକ୍ତି ପରିଚୟ ପତ୍ର ଦେଖାଇବାରେ ବିଫଳ ହୁଅନ୍ତି ବା କ୍ୟାମ୍ପସରେ ରହିବାର ସଠିକ୍ କାରଣ ଦର୍ଶାଇ ନପାରନ୍ତି, ତେବେ ତାଙ୍କୁ ‘ଅନଧିକାର ପ୍ରବେଶକାରୀ’ ଭାବେ ଅଟକ ରଖାଯାଇ ତୁରନ୍ତ ପୋଲିସ ଜିମା ଦିଆଯିବ।ସେହିପରି ବିଶ୍ୱବିଦ୍ୟାଳୟ ପରିସରକୁ ନିଶାମୁକ୍ତ ରଖିବା ପାଇଁ ମଦ, ତମାଖୁ, ଇ-ସିଗାରେଟ୍ ଏବଂ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଅଯଥା ବୁଲାବୁଲି କରିବା, କ୍ୟାମ୍ପସର ଶାନ୍ତି ଭଙ୍ଗ କରିବା ବା ଶୈକ୍ଷିକ ପରିବେଶ ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।






More Stories
IAS ସ୍ତରରେ ଅଦଳବଦଳ…..
ସାମିଲ ହେବେ ଯୁବ ଓ କଟିଥିବା ଭୋଟର…..
ଝଡବର୍ଷା ସମ୍ଭାବନା…..