Report Card Odisha

| Daily Odia News

ସିରିଆ ଉପରେ ଏୟାରଷ୍ଟ୍ରାଇକ୍‌, ୩୭ ଆତଙ୍କବାଦୀ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସିରିଆ ଉପରେ ଏୟାରଷ୍ଟ୍ରାଇକ୍‌ କରିଛି ଆମେରିକା। ଏହି ଆକ୍ରମଣରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌ଆଇଏସ୍‌) ଏବଂ ଅଲ୍‌କାଏଦା ସହ ସମ୍ପୃକ୍ତ ଗ୍ରୁପ୍‌ ଦ୍ୱାରା ଆତଙ୍କବାଦୀ ଭାବେ ସ୍ୱୀକୃତି ପାଇଥିଲେ ବୋଲି ଆମେରିକା ସେନା କହିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ଆତଙ୍କବାଦୀ ଅଛନ୍ତି। ରବିବାର ଜାରି କରାଯାଇଥିବା ବୟାନରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକୋମ) କହିଛି ଯେ ସେପ୍ଟେମ୍ବର ୧୬ରେ ସିରିଆର ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ଚାରିଜଣ ସିରିଆର ବରିଷ୍ଠ ନେତାଙ୍କ ସମେତ ଅତି କମରେ ୨୮ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ତେବେ ବୟାନରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପରିଚୟ ବିଷୟରେ କୁହାଯାଇ ନାହିଁ। ଏହାପୂର୍ବରୁ ଅଲ୍‌କାଏଦା ସହ ସମ୍ପୃକ୍ତ ହୁରାସ୍‌ ଅଲ୍‌-ଦିନ୍‌ ଗ୍ରୁପ୍‌ର ବରିଷ୍ଠ ଆତଙ୍କବାଦୀ ଓ ଅନ୍ୟ ୮ ଜଣଙ୍କୁ ଟାର୍ଗେଟ କରି ଆମେରିକା ସେଣ୍ଟ୍ରାଲ କମାଣ୍ଡ ସିରିଆର ଉତ୍ତରପଶ୍ଚିମ ଭାଗରେ ବୋମାମାଡ଼ କରିଥିଲା।

Breaking News