ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା କର୍ଫ୍ୟୁ ମଧ୍ୟରେ ଉତ୍ତରପ୍ରଦେଶ ଆଗ୍ରା ଜନପଦରେ ମଦ ଦୋକାନ ଖୋଲିବ । ସୋମବାର ଦିନ ଜିଲ୍ଲା ଅବକାରୀ ଅଧିକାରୀ ନୀରେଶ ପାଲିଆଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅନୁସାରେ ସମସ୍ତ ମଦ ଦୋକାନ ସକାଳ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ କରୋନା କଟକଣା ଭିତରେ ମଦ ଦୋକାନ ଖୋଲିବା ପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ କରାଯାଇଛି । ତେବେ ଦୋକାନାରେ ବସି ମଦ ପିଇବାକୁ ଅନୁମତି ଦିଆଯାଇ ନାହିଁ । ଜିଲ୍ଲା ଏକ୍ସାଇଜ୍ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ମଦ ଦୋକାନରେ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ପଡ଼ିବ। ନିୟମିତ ବ୍ୟବଧାନରେ ଦୋକାନ ସାନିଟାଇଜ ହେବା ଆବଶ୍ୟକ । କୋଭିଡ ପ୍ରୋଟୋକଲ ଭାଙ୍ଗି ଲୋକେ ଦୋକାନ ସାମ୍ନାରେ ଭିଡ଼ ଜମାଇଲେ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଦୋକାନ ଖୋଲିଲେ ମଧ୍ୟ ବାରଗୁଡ଼ିକ ବନ୍ଦ ରହିବ। ବାର ଖୋଲିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ମଦ ଦୋକାନ ଏବଂ ମଡେଲ ଦୋକାନରେ ପିଇବାକୁ ଦିଆଯିବ ନାହିଁ। ଦୋକାନ ଗୁଡିକରେ ଯେପରି କୋଭିଡ୍ ନିୟମ ପାଳନ ହେବ, ସେଥିପାଇଁ ସର୍କଲ ଇନ୍ସପେକ୍ଟରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି।
More Stories
ସ୍ତ୍ରୀ ହାତଗୋଡ଼ ବାନ୍ଧି ଏସିଡ ଢାଳିଲା ସ୍ବାମୀ….
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ…..