Report Card Odisha

| Daily Odia News

ଟିକାକରଣ କଲେ ବିଶ୍ୱରୁ ହ୍ରାସ ପାଇବ ସଂକ୍ରମଣ:ହୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ଧାରଣ କରଛି | କରୋନାର ଡବଲ ମ୍ୟୁଟାଣ୍ଟ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ଖୁବ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାରୁ ଚିନ୍ତା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ‘ହୁ’ କହିଛି ଯେ, ଭାରତରେ ଦେଖା ଦେଇଥିବା କରୋନାର ନୂଆ ରୂପ- ବି.୧. ୬୧୭ ଗତବର୍ଷ ଅକ୍ଟୋବର ବେଳକୁ ଚିହ୍ନଟ ହୋଇଥିଲା । ତେବେ ରୂପ ବଦଳାଇବା ପରେ ମୂଳ ଭୂତାଣୁ ଅପେକ୍ଷା ଏହା ଅଧିକ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ସେହିପରି ନିଜକୁ ସୁରକ୍ଷା ଦେବା ପାଇଁ ଏହି ନୂଆ ପ୍ରକାର ଭୂତାଣୁ ଅନେକ ବିକଶିତ ହୋଇସାରିଛି । ତେଣୁ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେବେ ‘ହୁ’ର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି ଯେ, ଭାରତରେ ଦେଖାଦେଇଥିବା ମ୍ୟୁଟାଣ୍ଟ ବିରୋଧରେ ସମସ୍ତ କରୋନା ଟିକା ପ୍ରଭାବୀ ହୋଇପାରିବ । ତେଣୁ ଟିକାକରଣକୁ ଜୋରଦାର କରିପାରିଲେ ଏହି ଭୂତାଣୁର ପ୍ରଭାବ ବିଶ୍ୱରେ କମାଯାଇ ପାରିବ ।

Breaking News