ରିପୋର୍ଟ କାର୍ଡ / ଭୁବନେଶ୍ୱର
ଟୋକିଓ ଅଲିମ୍ପିକ୍ସ୨୦୨୦ ରେ ଜର୍ମାନୀକୁ ପରାସ୍ତ କରି ହକିରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ଜାତୀୟ ପୁରୁଷ ହକି ଦଳର ପ୍ରମୁଖ ସଦସ୍ୟ ଅମିତ ରୋହିଦାସ ବରିଷ୍ଠ କ୍ରୀଡ଼ା ଅଧିକାରୀ ଭାବରେ ପୂର୍ବ ତଟ ରେଳପଥରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ପଶ୍ଚିମ ରେଳପଥ ମୁମ୍ବାଇ ଠାରେ ଅଫିସର ଅନ ସ୍ପେଶାଲ ଡ୍ୟୁଟି (ଓଏସଡି)/ କ୍ରୀଡା ପଦବିରେ କାର୍ଯ୍ୟ କରୁଥିଲେ। ଭାରତୀୟ ହକି ଦଳ ୪୦ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଥିଲା। ଶେଷ ପଦକ ୧୯୮୦ ରେ ମସ୍କୋ ଅଲିମ୍ପିକ୍ସରେ ହୋଇଥିଲା। ଅମିତ ରୋହିଦାସଙ୍କ ଏହି ନୂତନ ଯୋଗଦାନ ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ, ପୂର୍ବତଟ ରେଳପଥ କ୍ରୀଡା ସଂଗଠନ (ଇକୋର୍ସା)ର ସଭାପତି, ସାଧାରଣ ସମ୍ପାଦକ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଯୋଗଦାନ ନିଶ୍ଚିତ ଭାବରେ ସମସ୍ତ କ୍ରୀଡା ବିଭାଗରେ ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି ଆଶା ରଖିଛନ୍ତି।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବାଲିଯାତ୍ରାରେ ଫୁଡ୍ ଷ୍ଟଲ୍ରେ ଚଢାଉ…..
ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା….