ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କଶ୍ମୀରରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀମାନେ ଲଗାତର ଆକ୍ରମଣ କରୁଛନ୍ତି। ତେଣୁ ଏସବୁ ଆକ୍ରମଣ ଓ ଅମରନାଥ ଯାତ୍ରାର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ, ଏନଏସଏ ମୁଖ୍ୟ ଅଜିତ ଡୋଭାଲ, ଗୃହ ସଚିବ, ଆଇବି ଚିଫ୍, ର’ ଚିଫ୍, ଏଆଇଏ ଡିଜି, ସମସ୍ତ ଅର୍ଦ୍ଧସାମରିକ ବଳର ଡିଜି, ସ୍ଥଳସେନା ଓ ବାୟୁସେନାର ମୁଖ୍ୟ ଓ ଅଧିକାରୀ ଯୋଗ ଦେବେ। ଏମାନଙ୍କ ସହ ମିଶି ଘାଟିରୁ ଆତଙ୍କବାଦକୁ ସଫା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବେ ଗୃହମନ୍ତ୍ରୀ। ରବିବାର ହେବାକୁ ଥିବା ଏହି ବୈଠକରେ ଉପତ୍ୟକାରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକୁ ଜୋରଦାର କରିବାକୁ ସୁରକ୍ଷା ବାହିନୀ ଏବଂ ସାମରିକ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇପାରେ। ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି, ଆନ୍ତର୍ଜାତୀୟ ସୀମା ଏବଂ ସୀମାରେଖାରେ ସୁରକ୍ଷାବଳଙ୍କ ନିଯୁକ୍ତି ତଥା ଅନୁପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ଅମିତ ଶାହ ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିବେ ବୋଲି ଜଣାପଡିଛି |






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……