ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାକ୍ଷଦୀପକୁ ନେଇ ଭାରତ-ମାଳଦ୍ବୀପ ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥନରେ ଅମିତାଭ ବଚ୍ଚନ ମଧ୍ୟ ସାମିଲ ହୋଇଛନ୍ତି। କ୍ରିକେଟର ବୀରେନ୍ଦ୍ର ସେହବାଗଙ୍କ ଏକ ଟୁଇଟ୍ରେ ସେ ଲେଖିଛନ୍ତି, ‘ଉଡୁପିର ସୁନ୍ଦର ବେଳାଭୂମି ହେଉ, ପୋଣ୍ଡିର ପାରାଡାଇଜ୍ ବିଚ୍, ଦେଶରେ ଅନ୍ୟାନ୍ୟ ସୁନ୍ଦର ବେଳାଭୂମି ହେଉ, ଭାରତରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି କିଛି ଭିତ୍ତିଭୂମି ସହାୟତାରେ ପର୍ଯ୍ୟଟନର ଅନେକ ସମ୍ଭାବନା ରହିଛି। ବଚ୍ଚନ ସେହୱାଗଙ୍କ ଟୁଇଟ୍କୁ ଉଦ୍ଧାର କରି କହିଛନ୍ତି ଯେ ଏହା ଅତ୍ୟନ୍ତ ପ୍ରାସଙ୍ଗିକ ଏବଂ ଲକ୍ଷଦ୍ବୀପର ଅଭିଜ୍ଞତା ଅବିଶ୍ୱସନୀୟ। ସେ ଲେଖିଛନ୍ତି, ମୁଁ ଲାକ୍ଷଦ୍ୱୀପ ଓ ଆଣ୍ଡାମାନ ଯାଇଛି ଏବଂ ସେଗୁଡ଼ିକ ବହୁତ ଆଶ୍ଚର୍ଯ୍ୟଜନକ ସୁନ୍ଦର ସ୍ଥାନ, ଚିତ୍ତାକର୍ଷକ ବେଳାଭୂମି ଏବଂ ପାଣି ଭିତରେ ଅନୁଭୂତି ଅବିଶ୍ୱସନୀୟ। ହମ୍ ଭାରତ ହୈ, ହମ୍ ଆତ୍ମନିର୍ଭର ହୈ, ହମାରୀ ଆତ୍ମନିର୍ଭରତା ପେ ଆଁଚ ମତ ଡାଲିୟେ, ଜୟ ହିନ୍ଦ୍।






More Stories
ଆଜି ଇସ୍ତଫା ଦେବେ ନୀତୀଶ…..
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..