Report Card Odisha

| Daily Odia News

ବସ୍‌ ଦୁର୍ଘଟଣାରେ ୫ ମୃତ, ୩୦ ଆହତ…..

ରିପୋର୍ଟ କାର୍ଡ / ହାଇଦ୍ରାବାଦ

“ଆନ୍ଧ୍ର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ’ର ଏକ ବସ୍‌ ଅନ୍ୟ ଗୋଟାଏ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନ୍ୟ ଏକ ବସ୍‌ ସହ ସାମ୍ନାସାମ୍ନି ଧକ୍କା ଖାଇବା କ୍ଷଣି ‘ଆନ୍ଧ୍ର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ’ର ଏହି ବସ୍‌ ପଛରେ ଗୋଟାଏ ଟ୍ରକ୍‌ ମଧ୍ୟ ଆସି ଧକ୍କା ଖାଇଲା। ଧକ୍କା ଯୋଗୁଁ ଉଭୟ ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, ରାସ୍ତା କଡ଼େ କଡ଼େ ପକାଯାଇଥିବା ଆବର୍ଜନାରେ ନିଆଁ ଲଗାଯାଇଥିଲା। ସେଥିରୁ ପ୍ରବଳ ଧୂଆଁ ବାହାରିବା କାରଣରୁ ରାସ୍ତାର ସେ ଅଞ୍ଚଳରେ ଦୃଶ୍ୟତା ହ୍ରାସ ପାଇଥିଲା। ତାହାହିଁ ବସ୍‌ ଦୁର୍ଘଟଣାର କାରଣ ବୋଲି କୁହାଯାଉଛି। ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ୍‌, ପୁଲିସ ଏବଂ ‘ଆର୍‌ଟିସି’ କର୍ମଚାରୀମାନେ ପହଞ୍ଚି ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଜିଲ୍ଲା କେନ୍ଦ୍ରୀୟ ଡାକ୍ତରଖାନାକୁ ପଠାଇଛନ୍ତି।

Breaking News