Report Card Odisha

| Daily Odia News

ପିପିଲି ଉପନିର୍ବାଚନ:ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପିପିଲି ଉପନିର୍ବାଚନରେ ହେବ ତ୍ରିମୁଖୀ ଲଢ଼େଇ। ବିଜେପି ଓ ବିଜେଡି ପରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବରିଷ୍ଠ ନେତା ଅଜିତ ମଙ୍ଗରାଜଙ୍କ ଉପରେ ପୁଣି ଭରସା କରିଛି ଦଳ । ପିପିଲି ଉପନିର୍ବାଚନ ପାଇଁ ତାଙ୍କ ନାଁରେ ମୋହର ମାରିଛନ୍ତି ହାଇକମାଣ୍ଡ । ୨୦୧୯ ସାଧାରଣ ନିର୍ବାଚନରେ ପିପିଲିରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ । ତାଙ୍କୁ ମିଳିଥିଲା ମାତ୍ର ୯ହଜାର ୮୩୦ ଖଣ୍ଡ ଭୋଟ୍ । ଏଥର ତାଙ୍କୁ ପୁଣି ଥରେ ଟିକେଟ ଦେଇଛି ଦଳ । ପିପିଲିରେ ଏଥର ଅଭିଜ୍ଞ ଓ ନବାଗତଙ୍କ ମଧ୍ୟରେ ଲଢ଼େଇ ହେବ । ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଅଜିତ ମଙ୍ଗରାଜ । ଏମାନେ ପୂର୍ବରୁ ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରାଇଛନ୍ତି । ବିଜେଡି ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥିଙ୍କୁ ଟିକେଟ ଦେଇଛି । ପିପିଲିରେ ରୁଦ୍ର-ଆଶ୍ରିତ-ଅଜିତଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ।

Breaking News