Report Card Odisha

| Daily Odia News

ଅଙ୍ଗନଓ୍ବାଡ଼ି କର୍ମୀଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଅଙ୍ଗନଓ୍ବାଡ଼ି କର୍ମୀ, ମିନି ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ସହାୟିକାମାନେ ୬୨ ବର୍ଷ ବୟସରେ ସେବା ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଥିବା ବେଳେ ସରକାର ଏହାକୁ ବଢ଼ାଇ ଦେଇଛନ୍ତି । ପୂର୍ବରୁ ୨୦ ହଜାର ଟଙ୍କା ଦିଆଯାଉଥିଲା। ଏବେ ଏକକାଳୀନ ୪୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ମିନି ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ଅଙ୍ଗନଓ୍ବାଡ଼ି ସହାୟିକାମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ନୂତନ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୧୯ ଜାନୁୟାରୀ ପହିଲା ଠାରୁ ଲାଗୁ କରାଯାଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନଓ୍ବାଡ଼ି କର୍ମୀ, ମିନି ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ସହାୟିକା ଉପକୃତ ହେବେ। ଅନ୍ୟପକ୍ଷରେ ସରକାରଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ମୋଟ୍‌ ୧ ଲକ୍ଷ ୩୦ ହଜାର ଅଙ୍ଗନଓ୍ବାଡ଼ି କର୍ମୀ ଉପକୃତ ହେବେ। ସେହିଭଳି ଅଙ୍ଗନଓ୍ବାଡ଼ି କର୍ମୀ, ମିନି ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଅଙ୍ଗନଓ୍ବାଡ଼ି ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

 

Breaking News