Report Card Odisha

| Daily Odia News

ଲତାମଙ୍ଗେସକରଙ୍କ ବିୟୋଗରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୁର ସମ୍ରାଜ୍ଞୀ ଲତାମଙ୍ଗେସକରଙ୍କ ବିୟୋଗରେ ସାରାଦେଶ ସ୍ତବ୍ଦ ହୋଇଯାଇଛି । ଆଜି ୯୨ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୁମ୍ବାଇ ସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ୍ ସହିତ ନିମୋନିଆରେ ମଧ୍ୟ ପୀଡ଼ିତ ଥିଲେ । ହସ୍ପିଟାଲ ଆଇସିୟୁରେ ତାଙ୍କୁ ରଖାଯାଇଥିଲା। ସେ ସମୟରେ ତାଙ୍କର କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଇଥିଲା । ହେଲେ ପରେ ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କର ଅବନତି ଘଟିଥିଲା । ତେଣୁ ଭେଣ୍ଟିଲେଟର୍ ରେ ନେଇ ରଖାଯାଇଥିଲା। ୨୯ ଦିନ ଧରି ଭେଣ୍ଟିଲେଟର୍ ରେ ଥିଲେ ଲତା । ତେବେ ଆଜି ତାଙ୍କର ନିଧନ ଘଟିଛି । ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବରିଷ୍ଠ ମାନେ ଶୋକ ପ୍ରକାଶ କରିଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଭାରତ ରତ୍ନ, ଲତାଜୀଙ୍କର ଉପଲବ୍ଧି ଅତୁଳନୀୟ ରହିବ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ମୁଁ ମୋ ଦୁଃଖକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ । ଲତା ଦିଦି ଦେଶରେ ଶୁନ୍ୟତା ଛାଡ଼ି ଚାଲିଯାଇଛନ୍ତି | ଯାହାକୁ ପୂର୍ଣ୍ଣ କରାଯାଇ ପାରିବ ନାହିଁ । ଆଗାମୀ ପିଢ଼ି ତାଙ୍କୁ ଭାରତୀୟ ସଂସ୍କୃତିର ଏକ ଦିଗ୍ଗଜ ରୂପରେ ମନେ ରଖିବ, ଯାହାଙ୍କର ସୁମଧୁର ସ୍ୱରରେ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବାର ଅଦ୍ୱିତୀୟ କ୍ଷମତା ଥିଲା ।  ଲତାଙ୍କ ପରଲୋକରେ କେନ୍ଦ୍ର ସରକାର ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା।

 

Breaking News