ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଟୋରେ ଆସି ଘରେପଶି ବୁଲେଟ୍ ନେଇ ପଳାଇଲେ ଲୁଟେରା। ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସିସିଟିଭିରେ ଏହି ଦୃଶ୍ୟକୁ ଦେଖିବାକୁ ମିଳିଛି | ଏନେଇ ମଞ୍ଚେଶ୍ୱର ଥାନାରେ ବୁଲେଟ୍ ମାଲିକ ଅଭିଯୋଗ କରିଛନ୍ତି। ସିସିଟିଭି ଫୁଟେଜ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଲୁଟେରା ଏକା ଅଟୋରେ ଆସିଥିଲେ। ପରେ ଘର ବାହାରେ ଅଟୋକୁ ରଖି ଜଣେ ଲୁଟେରା ଗେଟ୍ ଦେଇ ଘର ଭିତରକୁ ପଶିଥିଲା। ଅନ୍ୟ ଜଣେ ବାହାରେ ଠିଆ ହୋଇ ଅପେକ୍ଷା କରିଥିଲା। ପରେ ଲୁଟେରା ଜଣଙ୍କ ପଟିକରେ ଥିବା ବୁଲେଟର ଲକ୍ ଭାଙ୍ଗିଥିଲା। ଲକ୍ ଭାଙ୍ଗିବାରେ ସଫଳ ହେବା ପରେ ଲୁଟେରା ଜଣଙ୍କ ବୁଲେଟ୍ ନେଇ ଛୁ ମାରିଥିଲା। ଏତିକି ନୁହେଁ, ଲୁଟେରା ଜଣଙ୍କ ଗଲା ବେଳେ ସାଙ୍ଗରେ ହେଲମେଟ୍ ବି ନେଇ ଚାଲି ଯାଇଥିଲା। ପୋଲିସ ଏ ଘଟଣାରେ କାହାକୁ ଗିରଫ କରି ନାହିଁ। ଘଟଣାର ତଦନ୍ତ ଜାରି ରହିଛି। ପୋଲିସ






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ପୋଲିସ ସାମ୍ନାରେ ଯୁବକଙ୍କୁ ପିଟିପିଟି ମାରିଦେଲେ…..