ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସଙ୍କ ମୃତ୍ୟୁ ମାମଲାରେ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦୀନେଶ ମହାପାତ୍ର ଓରଫ ଲିଟୁ, ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନା ଓ ଅମ୍ରିତ ବିଶ୍ବାଳ । ମନୀଷଙ୍କୁ ହତ୍ୟା ଷଡଯନ୍ତ୍ର ଓ ପ୍ରମାଣ ନଷ୍ଟ ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫକରିଥିବା ନେଇ ସୂଚନା ମିଳିଛି । ଶନିବାର ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନା ଯୋଗ୍ୟ-ଗତ ୧୦ ତାରିଖରେ ପାତ୍ରପଡା ସ୍ଥିତ ଏହ ପୋଖରୀରେ ମନୀଷଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା । ମନୀଷ ଅନୁରାଗ ମୃତ୍ୟୁ ଘଟଣାର ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ମନୀଷଙ୍କ ମୃତ୍ୟୁ ରହସ୍ୟ ଭେଦ କରିବାକୁ ୪ ଜଣଙ୍କୁ ଅଟକ ରଖି ମାରାଥନ୍ ଜେରା କରୁଥିଲା ସ୍ପେଶାଲ ସ୍କ୍ବାର୍ଡ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଅଟକ ଥିବା ଅନ୍ୟ ଜଣଙ୍କୁ ପ୍ରମାଣ ଅଭାବରୁ ଛାଡିଛି ପୋଲିସ । ଏହି ମାମଲାକୁ କମିସନରେଟ୍ ପୋଲିସର ଇନଫୋସିଟି, ତମାଣ୍ଡୋ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ଏହି ମାମଲାକୁ ମନିଟରିଂ କରୁଛି । ପୋଲିସ ହାତରେ ଏହି ମାମଲାର ଅନେକ ସୁରାଗ ଲାଗିସାରିଲାଣି । ଏହା ଏକ ହତ୍ୟାକାଣ୍ଡ ବୋଲି ବୋଲି ସୂଚନା ମିଳୁଛି । ସେଦିନ ମନୀଷଙ୍କ ସହିତ ହୋଟେଲରେ ଦେଖାଯାଇଥିବା ୪ ଜଣଙ୍କୁ ପୋଲିସ ପଚରା ଉଚରା ଆପାତତଃ ଶେଷ କରିଛି । ଏହି ୪ ଜଣଙ୍କଠାରୁ ଅନେକ କିଛି ତଥ୍ୟ ପାଇଛି ତଦନ୍ତକାରୀ ଦଳ । ଯେଉଁଥିରେ ମନୀଷଙ୍କର କେମିତି ମୃତ୍ୟୁ ହେଲା ପୋଲିସ ଖୁବଶୀଘ୍ର ଖୁଲାସା କରିପାରେ ।ମନୀଷ ସେଦିନ ରାତି କଟାଇଥିବା ସାଉଥ୍ ସିଟି ହୋଟେଲର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ହୋଟେଲ ଭିତରେ ଚାଲିଥିବା ନାଇଟ୍ ପାର୍ଟିରେ ଯୁବକ ଯୁବତୀମାନେ ନିଶାସକ୍ତ ଅବସ୍ଥାରେ ନାଚ ଗୀତରେ ମାତିଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଆଉ ନାଚୁଥିବା ଯୁବତୀମାନଙ୍କ ଉପରକୁ ଟଙ୍କା ଉଡାଉଥିଲେ କିଛି ଯୁବକ । ଗତ ଅଗଷ୍ଟ ମାସରେ ସାଉଥ୍ ସିଟି ହୋଟେଲରେ ଚାଲିଥିବା ଏଭଳି ପାର୍ଟିର ଦୃଶ୍ୟ ଭାଇରାଲ୍ ହୋଇଥିଲା । ପୋଲିସ ଏହି ହୋଟେଲକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା । ହୋଟେଲ କର୍ମଚାରୀଙ୍କୁ ଅଟକ ରଖି ଜେରା କରିଥିଲା ପୋଲିସ ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……