ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଜଣେ କିଟ୍ ଛାତ୍ରଙ୍କ ମୃତଦେହ ଜବତ ହୋଇଛି। ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ନିର୍ମାଣାଧୀନ କୋଠା ତଳୁ ଛାତ୍ରଙ୍କ ମୃତଦେହ ଜବତ ହୋଇଛି। ମୃତ ଛାତ୍ର କିଟ୍ ବିଶ୍ବବିଦ୍ୟାଳୟରେ ବିଟେକ ତୃତୀୟ ବର୍ଷରେ ପଢ଼ୁଥିଲେ। ଛାତ୍ର ଜଣଙ୍କ ନାଁ ଅର୍ଣ୍ଣବ ମୁଖାର୍ଜୀ, ଘର ପଶ୍ଚିମବଙ୍ଗ ବାଁକୁରା ବୋଲି ଜଣାପଡିଛି | କିଟ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲ୍ରେ ରହି ଅର୍ଣ୍ଣବ ପାଠ ପଢୁଥିଲେ। ହଷ୍ଟେଲରୁ କେମିତି ଆସିଲେ ମଞ୍ଚେଶ୍ୱର ଏବଂ ନିର୍ମାଣଧିନ କୋଠାକୁ କାହିଁକି ଯାଇଥିଲେ, ତାହାର କାରଣ ଜଣାପଡ଼ିନାହିଁ। ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସପିଟାଲକୁ ପଠାଇଛି।






More Stories
ଘରୋଇ ବସ୍ ମାଲିକ ସଂଘର ଚେତାବନୀ…..
ପ୍ରେମ ପାଇଁ ଥାର ଚଢ଼ାଇ ହତ୍ୟା…..
ଆୟୁଷ୍ମାନ କାର୍ଡକୁ ନେଇ ବଡ଼ ସୂଚନା……