ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ସାଲିଆ ସାହିରେ ପୁଣି ରେଡ୍। ଆଜି ସକାଳୁ ବେଆଇନ୍ ଦେଶୀ ମଦ ଭାଟି ଉପରେ ଅବକାରୀ ବିଭାଗ ଚଢାଉ କରିଛି। ଏହି ଚଢାଉ ବେଳେ ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ ହୋଇଛି। ଏହା ପରେ ଅବକାରୀ ବିଭାଗ ଜବତ ଦେଶୀ ମଦ ଓ ପୋଚକୁ ନଷ୍ଟ କରିଛି। ଏବେବି ରେଡ୍ ଜାରି ରହିଥିବା ସୂଚନା ମିଳିଛି। ଗତ ୩ ମାସ ତଳେ ଅବକାରୀ ବିଭାଗ ଏବଂ କମିଶନରେଟ୍ ପୁଲିସ୍ ପକ୍ଷରୁ ସାଲିଆ ସାହିରେ ରେଡ୍ କରାଯାଇଥିଲା। ଏବଂ ପାଖାପାଖି ୬ଟି ଦେଶୀ ମଦ ଭାଟି ଠାବ କରାଯାଇଥିଲା। ଲହାସହ ହଜାର ହଜାର ଲିଟର ଦେଶୀ ମଦ ନଷ୍ଟ କରାଯିବା ସହ ଏକାଧିକ ଲୋକଙ୍କୁ ପୁଲିସ୍ ଗିରଫ କରିଥିଲା। ତଥାପି ବେଆଇନ୍ ଦେଶୀ ମଦ ଭାଟି ଚାଲିଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିଲା।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..