ରିପୋର୍ଟ କାର୍ଡ / କଟକ
ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାର ବିବାଦ ମାମଲାରେ କଟକ ପରିବାର ଅଦାଲତ ସୋମବାରଠାରୁ ବର୍ଷାଙ୍କ ଜେରା ଆରମ୍ଭ କରିଥିବାବେଳେ ମଙ୍ଗଳବାର କିନ୍ତୁ ସାକ୍ଷ୍ୟ ଗ୍ରହଣ ହୋଇ ପାରିନାହିଁ। ବର୍ଷା ପ୍ରିୟଦର୍ଶିନୀ ମଙ୍ଗଳବାର କୋର୍ଟରେ ଉପସ୍ଥିତ ନ ରହି ଜେରା ପାଇଁ ଆଉ ଗୋଟିଏ ଦିନ ସମୟ ଦେବାକୁ ପିଟିସନ ଦାୟର କରିଥିଲେ। ଅନ୍ୟପକ୍ଷରେ ଅନୁଭବଙ୍କ ତରଫରୁ ଏକ ପିଟିସନ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ବର୍ଷା ନିର୍ବାଚନ ପ୍ରଚାର ପାଇଁ ଯାଉଛନ୍ତି, କିନ୍ତୁ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତରେ ରହୁ ନାହାନ୍ତି। ଏ ନେଇ ତଥ୍ୟ ପ୍ରମାଣ ପେନ୍ ଡ୍ରାଇଭ ମାଧ୍ୟମରେ ଅନୁଭବଙ୍କ ତରଫରୁ ଅଦାଲତରେ ଦାଖଲ କରାଯାଇଥିଲା। ବର୍ଷା ପୂର୍ବରୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ମାମଲା ଶୁଣାଣିରେ ସହଯୋଗ କରିବେ, ଅଯଥା ସମୟ ନେବେ ନାହିଁ। କିନ୍ତୁ ପ୍ରତିଶ୍ରୁତି ପାଳନ କରାଯାଉ ନାହିଁ ବୋଲି ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା । ବର୍ଷା ନିଜ ସାକ୍ଷ୍ୟ ସତ୍ୟପାଠ ସହିତ ଦାଖଲ କରିଥିବା ତିନି ଶହ ପୃଷ୍ଠାରୁ ଅଧିକ ନଥିପତ୍ର ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଅନୁଭବ ଦାଖଲ କରିଥିବା ପିଟିସନର ଶୁଣାଣି ହୋଇଥିଲା। ବର୍ଷା ନିଜ ଲିଖିତ ଜବାବରେ ଏହିି ନଥିପତ୍ର ଗୁଡ଼ିକ ପ୍ରସଙ୍ଗରେ କିଛି ଉଲ୍ଲେଖ କରି ନଥିବା ବେଳେ ଏବେ ସାକ୍ଷ୍ୟ ସତ୍ୟପାଠ ସହିତ ଏହିସବୁ ଦାଖଲ କରାଯାଇଛି। ଏଭଳି ସ୍ଥିତିରେ ବର୍ଷାଙ୍କ ପକ୍ଷରୁ ଦାଖଲ ନଥିପତ୍ର ଗ୍ରହଣୀୟ ନୁହେଁ ବୋଲି ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା। ଅନ୍ୟପଟରେ ଶାଶୂଘର ଚାବି ଫେରାଇବା ପାଇଁ ଆସନ୍ତା କାଲି ଦିନ ଧାର୍ଯ୍ୟ ଥିବା ବେଳେ ଏସଡିଜେଏମ କୋର୍ଟରେ ବର୍ଷା ଏହି ଚାବି ଫେରାଇବେ। ତେଣୁ ଉଭୟ ଏସଡିଜେଏମ କୋର୍ଟ ଓ ପରିବାର ଅଦାଲତରେ ବୁଧବାର ମାମଲାର ଶୁଣାଣି ହେବ ବୋଲି ଜଣାପଡୁଛି|






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..