Report Card Odisha

| Daily Odia News

ଖେଳ ଓ ଖେଳାଳି ପ୍ରାଥମିକତା:କ୍ରୀଡ଼ା ମନ୍ତ୍ରୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ଆଲୋଚନା ନିମନ୍ତେ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରୀୟ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ରେସଲରମାନେ ଆଣିଥିବା ସମସ୍ତ ଅଭିଯୋଗର ନିରପେକ୍ଷ ଯାଞ୍ଚ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ରେସଲରମାନେ ମଧ୍ୟ ଏହି ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଜଣାଯାଇଛି। ଗତ ଶନିବାର ବିଳମ୍ବିତ ରାତିରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ପ୍ରମୁଖ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିଥିଲେ। ଏହାପରେ ଦିଲ୍ଲୀ ପୁଲିସ୍‌ ଗତକାଲି ବ୍ରିଜ ଭୂଷଣଙ୍କ ଉତ୍ତରପ୍ରଦେଶ ଘରେ ପହଞ୍ଚି ତନାଘନା କରିଥିବା ବେଳେ ଏହାପରେ କ୍ରୀଡ଼ା ମନ୍ତ୍ରୀ ସେମାନଙ୍କୁ ଆଲୋଚନା ନିମନ୍ତେ ଆମନ୍ତ୍ରୀତ କରିବା ପଛରେ କ’ଣ ରହସ୍ୟ ରହିଛି ତାହା ସହଜେ ବୁଝାପଡ଼ୁନି। ମନ୍ତ୍ରୀ ଠାକୁର ଗତକାଲି ଟ୍ୱିଟ କରି ଖେଳ ଓ ଖେଳାଳି ସବୁବେଳେ ଆମ ପ୍ରାଥମିକତା । ଏହି ଘଟଣାର ତଦନ୍ତ ନିମନ୍ତେ ସରକାର ପୂର୍ବରୁ ଏକ କମିଟି ଗଠନ କରି ସାରିଛନ୍ତି। ଏନେଇ ଏଫଆଇଆର ରୁଜୁ ହୋଇଥିବା ବେଳେ ଏହାର ନିରପେକ୍ଷ ତଦନ୍ତ ଚାଲିଥିବା କହିଛନ୍ତି। ରେସଲରମାନେ କ୍ରୀଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା ନିମନ୍ତେ ସମ୍ମତି ଜଣାଇଥିବା ବେଳେ ଏଥିନିମନ୍ତେ ସମୟ ଓ ସ୍ଥାନ ସ୍ଥିର ହୋଇ ନ ଥିବା ଜଣାଯାଇଛି।

Breaking News