ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶା ପୋଲିସରେ ନିଯୁକ୍ତି ପାଇବେ କିନ୍ନର । ୪୭୭ ସବ୍ ଇନ୍ସପେକ୍ଟର ପଦବୀ ପାଇଁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୨୪୪ କନେଷ୍ଟବଳ ପଦବୀପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କିନ୍ନର ମାନେ ମଧ୍ୟ ଆବେଦନ କରିପାରିବେ ବୋଲି ଉଲ୍ଲେଖ କରାଯାଇଛି।ବିଜ୍ଞପ୍ତି ଅନୁଯାୟୀ ଏହିସବୁ ପଦୀବ ପାଇଁ ଜୁନ୍ ୨୨ ତାରିଖରୁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଙ୍ଘ ପକ୍ଷରୁ ସ୍ବାଗତ କରାଯାଇଛି । ରାଜ୍ୟ ସରକାରଙ୍କ ଏପରି ନିଷ୍ପତିକୁ ବିଭିନ୍ନ କିନ୍ନର ସଂଘ ପକ୍ଷରୁ ସ୍ୱାଗତ କରାଯାଇଛି । ଏଥିରେ ମଧ୍ୟ କିନ୍ନରଙ୍କ ପାଇଁ ସୁଯୋଗ ରହିଛି।






More Stories
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….
୧୦ରେ ରାଜ୍ୟ କ୍ୟାବିନେଟ୍…..