ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶିଷ୍ଟ କବି ହରପ୍ରସାଦ ପରିଛା ପଟ୍ଟନାୟକଙ୍କ ପରଲୋକ ଘଟିଛି। ବୁଧବାର ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଡ଼. ହରପ୍ରସାଦ ପରିଛା ପଟ୍ଟନାୟକ ଏକାଧାରରେ ଜଣେ ପ୍ରବୀଣ କବି, ଅନୁବାଦକ, ଅଧ୍ୟାପକ, ପ୍ରଶାସକ ତଥା ସମ୍ବାଦପତ୍ର ସଂପାଦକ। ୧୯୫୩ ମସିହାରେ ଜନ୍ମିତ ଏହି ସାରସ୍ୱତ ପ୍ରତିଭା ୧୯୭୫ ମସିହାରେ ଅଧ୍ୟାପନା ବୃତ୍ତିରେ ଯୋଗଦେଇ ଓଡ଼ିଶାର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନର ଇଂରାଜୀ ବିଭାଗରେ ଶିକ୍ଷାଦାନ କରିଥିଲେ । ଦୈନିକ ସମ୍ବାଦପତ୍ର ‘ସର୍ବସାଧାରଣ’ର ସଂପାଦକ ଭାବରେ ସେ ଦାୟିତ୍ୱ ନିର୍ବାହ ମଧ୍ୟ କରିଛନ୍ତି। ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ତା’ଙ୍କର ପ୍ରାୟ ୨୦ ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ସେ ‘ଓଡିଶା ସାହିତ୍ୟ ଏକାଡେମୀ’ର ସଂପାଦକ ତଥା ଓଡିଶା ସରକାରଙ୍କ ‘ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା’ର ନିର୍ଦ୍ଦେଶକ ପଦରେ ମଧ୍ୟ ଅବସ୍ଥାପିତ ଥିଲେ । ୨୦୧୨ ମସିହାରେ ସେ ‘ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ ଏବଂ ୨୦୧୮ ମସିହାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ତାଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ’ରେ ଭୂଷିତ କରାଯାଇଥିଲା ।
More Stories
ରାଜଧାନୀରରେ ବୋମା ମାଡ଼…..
ଓଡ଼ିଶାରେ ଉପନିର୍ବାଚନ:୫୬ଟି ନୂଆ ମତଦାନ କେନ୍ଦ୍ର…..
ପ୍ରେମିକକୁ ଗଛରେ ବାନ୍ଧି ପ୍ରେମିକାକୁ ଗଣଦୁଷ୍କର୍ମ ଅଭିଯୋଗ……