ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଖିଲ ଭାରତୀୟ ଆଖଡ଼ା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି | ମହନ୍ତଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏନେଇ ଉତ୍ତରପ୍ରଦେଶର ଡେପୁଟି ସିଏମ୍ କହିଛନ୍ତି ଯେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହାସହିତ ଆବଶ୍ୟକ ହେଲେ ସିବିଆଇ ତଦନ୍ତ କରାଯିବ ବୋଲି ମଧ୍ୟ କହିଛନ୍ତି ଡେପୁଟି ସିଏମ୍। ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ବିରୋଧରେ ଏହି ମାମଲାରେ ଏକ ମାମଲା ରୁଜୁ ହୋଇଥିଲା। ପରେ ତାଙ୍କୁ ସୋମବାର ରାତିରେ ହରିଦ୍ୱାରରୁ ଗିରଫ କରାଯାଇଥିଲା। ପୋଲିସ ମୃତ୍ୟୁ ସମୟରେ ଉପସ୍ଥିତ ଥିବା ସାକ୍ଷୀଙ୍କ ବୟାନ ରେକର୍ଡ କରିବ। ପୋଲିସ ମୃତ ନରେନ୍ଦ୍ର ଗିରିଙ୍କ ଏକ ଭିଡିଓ ବିବୃତ୍ତି ମଧ୍ୟ ଉଦ୍ଧାର କରିଛି, ଯାହାକୁ ନେଇ ଘଟଣାର ଆହୁରି ଅଧିକ ଯାଞ୍ଚ କରାଯିବ। ଏହାପୂର୍ବରୁ ୟୁପି ଆଇନ ମନ୍ତ୍ରୀ କହିଥିଲେ ଯେ ଅପରାଧୀମାନେ ଏଥିରୁ ରକ୍ଷା ପାଇବେ ନାହିଁ। ଅଖିଲ ଭାରତୀୟ ଅଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରି ସୋମବାର ନିଜ ମଠରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ସେ ଜୀବନ ହାରିବା ପୂର୍ବରୁ ୮ ପେଜର ଗୋଟିଏ ସୁଇସାଇଡ ନୋଟ ଲେଖିଥିଲେ। ଉଲ୍ଲେଖ ଯୋଗ୍ୟକି- ବାଘମବରି ମଠରେ ଫାଶିରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଶରୀର ମିଳିଛି। ବର୍ତ୍ତମାନ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ତାଙ୍କର ସନ୍ଦିଗ୍ଧ ମୃତ୍ୟୁ ଘଟିଥିବା ଅଧିକାରୀ କହିଛନ୍ତି। ମଠରେ ଯାତାୟତ ଉପରେ ରୋକ୍ ଲଗାଇ ଦିଆଯାଇଛି। ମହନ୍ତ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଇଜି କେପି ସିଂହ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚିଥିଲେ | ଉତ୍ତରାଖଣ୍ଡ ପୋଲିସ ମହନ୍ତ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ଅଟକ ରଖି ପଚରାଉଚରା କରୁଥିଲା |






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……