ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ଉଦ୍ଧମ ପୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧମପୁର ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁର୍ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଏପରିକି ଅଧିକ କୁହୁଡିଆ ପାଗ ଯୋଗୁ ହେଲିକପ୍ଟର ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି କି ଲାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଶିବ ଗଡରେ ହୋଇଥିବା ଏହି ଦୁର୍ଘଟଣାବେଳେ ବିମାନରେ ୨ ଜଣ ଲୋକ ଥିଲେ। ପୋଲିସ କହିବା ଅନୁଯାୟୀ, ଅତ୍ୟଧିକ କୁହୁଡିଆ ପାଗ ଦୁର୍ଘଟଣାର କାରଣ ହୋଇପାରେ। ଅଧିକାରୀ ସୂତ୍ରରୁ ଜଣାଯାଇଛି, ଲାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଶବ୍ଦ ହୋଇଥିଲା। ଦୁର୍ଘଟଣାରେ ୨ ପାଇଲଟ ଆହତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଅଗଷ୍ଟ ୩ ତାରିଖ ଭାରତୀୟ ବାୟୁସେନାର ଏକ ହେଲିକପ୍ଟର କଠୁଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..