ରିପୋର୍ଟ କାର୍ଡ / ଜୟପୁର
ସବୁ ସୀମା ଟପିଗଲେ ଯୌନ ପିପାସୁଙ୍କ ପାଶବିକ ଅତ୍ୟାଚାର। ଯୌନ ତୃଷ୍ନା ମେଣ୍ଟାଇବାକୁ ନୀରିହ ପଶୁଙ୍କୁ ବି ଛାଡ଼ିଲେନି। ଏକ ମାଈ ବାଛୁରୀକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ରାଜସ୍ତାନରେ ଅଲୱରରର ଏଭଳି ଏକ ସ୍ପର୍ଷକାତର ଭଳି ଘଟଣା ଘଟିଛି। ଏକ ମାଈ ବାଛୁରୀ ପ୍ରତି ଅଭିଯୁକ୍ତମାନେ ନୃଶଂସ ଆଚରଣ କରିବା ସହ ଆମନବୀୟ ଭାବେ ଦୁଷ୍କର୍ମ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଛଇ ସୃଷ୍ଟି କରିଛି । ଏହାର ଏକ ଭିଡିଓ ଭାଇରାଲ ହୋଇଛି । ଭିଡ଼ିଓରେ ଦେଖିବାକୁ ମିଳିଛି କି ଅଭିଯୁକ୍ତମାନେ ବାଛୁରୀଟି ତଳେ ପଡ଼ିଥିବା ବେଳେ ଦୁଷ୍କର୍ମ କରୁଛନ୍ତି । ଭିଡିଓରେ ଜଣେ ଅଭିଯୁକ୍ତ ଘଟଣାର ମଜା ନେଇ ଚିଲାଉ ଥିବା ବେଳେ ଆଉ ୨ ଜଣ ଘଟଣାର ଭିଡିଓ ଶୁଟିଂ କରୁଥିଲେ। ବାଛୁରୀକୁ ଅମାବୀୟ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଫତେ ମହମ୍ମଦ ନାମକ ଜଣେ ବ୍ୟକ୍ତି ଏହି ଘଟଣାରେ ଏତଲା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଜୁବିର, ତଲିମ, ୱାରିସ ଏବଂ ଚୂନା। ପୂର୍ବରୁ ଉକ୍ତ ଉକ୍ତ ଅଞ୍ଚଳରେ ଗୋଚାଲାଣ ହେଉଥିବା ଅଭିଯୋଗ ରହିଛି। ଅନେକ ସମୟରେ ପୋଲିସ ଏବଂ ଗୋଚାଲାଣକାରୀଙ୍କ ମଧ୍ୟରେ ଏନ୍କାଉଣ୍ଟର ହୋଇଛି। ପୋଲିସ କୁ ଟାର୍ଗେଟ କରି ଅଭିଯୁକ୍ତମାନେ ବୋମା ମଧ୍ୟ ଫିଙ୍ଗିଛନ୍ତି। ସବୁ ଅଭିଯୁକ୍ତ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ବୋଲି ପୋଲିସ କହିଛି। ଆଇପିସି ଧାରା ୩୭୭ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବାଛୁରୀର ମେଡିକାଲ ପରିକ୍ଷା କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବୁଧବାର ୧୦୦୦ରୁ ଅଧିକ ଲୋକ ଘଟଣାକୁ ନିନ୍ଦା କରି ବିକ୍ଷୋଭ କରିଥିଲେ। ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ବିକ୍ଷୋବ ଯୋଗୁ ଦୋକାନ ବଜାର ବନ୍ଦ ରହିଛି। ଅଭିଯୁକ୍ତଙ୍କ ଫାଶୀ ଦାବିରେ ସ୍ଥାନୀୟ ଲୋକେ ଜିଦରେ ଅଟଳ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..