Report Card Odisha

| Daily Odia News

ମାହାଙ୍ଗା ଡବଲ ମର୍ଡର ମାମଲାରେ ୬ ଅଭିଯୁକ୍ତଙ୍କୁ ମିଲାନି ଜାମିନ୍…..

ରିପୋର୍ଟ କାର୍ଡ / କଟକ

ମାହାଙ୍ଗା ଡବଲ ମର୍ଡର ଘଟଣାର ୬ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଜାମିନ ଆବେଦନ ଉପରେ ଶୁଣାଣି ଶେଷ କରି ଗତ ୧୪ ତାରିଖରେ ରାୟକୁ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । ଜାମିନ ନମିଳିବାରୁ ଅଭିଯୁକ୍ତ କୈଳାଶ ଖଟୁଆ, ମଳୟ ବାରିକ, ଭିକାରୀ ସ୍ୱାଇଁ, କ୍ଷୀତିଶ ଆଚାର୍ଯ୍ୟ, ଚୈତନ୍ୟ ସେଠୀ, ଅରବିନ୍ଦ ଖଟୁଆ ନିରାଶ ହୋଇଛନ୍ତି। ଉଲ୍ଲେଖ ଯୋଗ୍ୟ- ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳଙ୍କ ଏତଲା ଆଧାରରେ ଛଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ମାମଲା ସମ୍ପର୍କିତ ଚାର୍ଜସିଟ ମଧ୍ୟ ପୋଲିସ ଦାଖଲ କରି ସାରିଛି । କଟକ ଜିଲ୍ଲା ଦୌରାଜଜ ଅଦାଲତରେ ଜାମିନ ଖାରଜ ହେବା ପରେ ୬ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଚର୍ଚ୍ଚିତ ମାମଲାର ଶୁଣାଣି ହୋଇଛି ।

Breaking News