ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ବେଡ୍ ଖାଲି ନାହିଁ। କେବଳ ସେତିକି ନୁହେଁ ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ମିଳୁ ନ ଥିବା ବେଳେ ଶ୍ମଶାନ ଘାଟ ବାହାରେ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ ଲାଗୁଛି। ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ଚେନ୍ ଭାଙ୍ଗିବା ପାଇଁ ରାଜ୍ୟରେ ଓ୍ବିକେଣ୍ଡ କର୍ଫ୍ୟୁ ଘୋଷଣା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୁରୁବାର ଏକ ଗଣମାଧ୍ୟ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଏନେଇ ଘୋଷଣା କରିଛନ୍ତି। ଏହି କର୍ଫ୍ୟୁ ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏଁ ବଳବତ୍ତର ରହିବ। କେବଳ ଆବଶ୍ୟକୀୟ ସେବାକୁ ଛାଡିଦେଲେ ଅନ୍ୟ ସବୁ ସେବା ବନ୍ଦ ରହିବ। ଏହି କର୍ଫ୍ୟୁ ସମୟରେ ମଲ୍, ଜିମ୍, ସ୍ପା, ଦୋକାନ ବଜାର, ବନ୍ଦ ରହିବ। ମାତ୍ର ୩୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ। ସେହିପରି ବିବାହ କାର୍ଯ୍ୟ ପାଇଁ ପାସ୍ ବାଧ୍ୟତାମୂଳକ। ଏଥିସହ ରେଷ୍ଟୁରାଣ୍ଡରେ ଖାଇବା ମନା, କେବଳ ହୋମ ଡେଲିଭରିକୁ ଅନୁମତି ଦିଆଯାଇଛି। ସେହିଭଳି ଏହି କର୍ଫ୍ୟୁ ସମୟରେ ହସ୍ପିଟାଲ, ଏୟାରପୋର୍ଟ, ବସ୍ଷ୍ଟାଣ୍ଡ, ରେଲଓ୍ବେ ଷ୍ଟେସନ ଯିବା ପାଇଁ କଟକଣା କୋହଳ ରହିବ। କିନ୍ତୁ ସେମାନଙ୍କ ପାଖରେ ପାସ୍ ରହିବା ନିହାତି ଆବଶ୍ୟକ।
More Stories
ଝଡ଼ବର୍ଷା ନେଲା ୩୦ ଜୀବନ…..
ଯଦି ତୁମେ ଆମ ପାଣି ବନ୍ଦ୍ କର,ଆମେ ନିଶ୍ୱାସ ବନ୍ଦ କରିଦେବୁ…..
ଇସ୍ତଫା ଦେବେ ମହମ୍ମଦ ୟୁନୁସ୍ !…..