ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସର୍ବସମ୍ମୁଖରେ କାନ୍ଦି ପକାଇଛନ୍ତି। ଜେଲରେ ଥିବା ତାଙ୍କ ସହକର୍ମୀ ମନୀଷ ସିସୋଦିଆଙ୍କୁ ବହୁତ ମିସ କରୁଥିବା କଥା ମଧ୍ୟ କହିଛନ୍ତି। ଦିଲ୍ଲୀରେ ଗୋଟିଏ ନୂଆ ସ୍କୁଲ ଉଦଘାଟନ କରିବା ବେଳେ କେଜ୍ରିୱାଲ ସର୍ବସମ୍ମୁଖରେ ସିସୋଦିଆଙ୍କୁ ମନେ ପକାଇଥିଲେ। ସିସୋଦିଆଙ୍କ କଥା କହିବା ବେଳେ ସେ କାନ୍ଦି ପକାଇଥିଲେ। ଦିଲ୍ଲୀ ଅବକାରୀ ନୀତି ଘଟଣାରେ ଫେବୃଆରୀ ମାସରୁ ସିସୋଦିଆ ଜେଲରେ ଅଛନ୍ତି। ସେ ବାରମ୍ବାର ଜାମିନ ଆବେଦନ ପାଇଁ ନିବେଦନ କରୁଥିଲେ ହେଁ ଏଯାଏ କୌଣସି ପ୍ରକାରର ଆଶ୍ୱସ୍ତି ପାଇ ନାହାନ୍ତି। ସିସୋଦିଆ ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଅନୁପସ୍ଥିତିରେ କେଜ୍ରିୱାଲ ସ୍କୁଲ ଉଦଘାଟନ କରୁଥିବାରୁ ନିଜ ଲୁହକୁ ଅଟକାଇ ପାରି ନଥିଲେ।






More Stories
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..