Report Card Odisha

| Daily Odia News

ସରକାରଙ୍କ ବିନା ଅନୁମତିରେ କରିପାରିବେନି ଦ୍ୱିତୀୟ ବିବାହ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଯଦି ପ୍ରଥମ ପତ୍ନୀ-ପତି ଜୀବିତ ଥିବେ, ତା’ହେଲେ ଆସାମର କୌଣସି ସରକାରୀ ଚାକିରିଆ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଦ୍ୱିତୀୟ ବିବାହ କରିପାରିବେ ନାହିଁ। ଅକ୍ଟୋବର ୨୦ ତାରିଖରେ ଆସାମ ସରକାର ତାଙ୍କର କର୍ମଚାରୀଙ୍କ ପାଇଁ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଦ୍ୱିତୀୟ ବିବାହ ପାଇଁ ଧାର୍ମିକ ପ୍ରତିବନ୍ଧକ ନଥିଲେ ମଧ୍ୟ ସରକାରୀ କର୍ମଚାରୀମାନଙ୍କୁ ଦ୍ୱିତୀୟ ବିବାହ ପାଇଁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଏହି ନିୟମ ପୂର୍ବରୁ ଅଛି। ଏବେ କେବଳ ଆମେ ଏହାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ। ଅନେକ ମାମଲାରେ ଆମେ ଦେଖୁଛୁ, ଜଣେ ସରକାରୀ ଚାକିରିଆଙ୍କ ମୃତ୍ୟୁ ହୋଇଯିବା ପରେ ତାଙ୍କର ପେନ୍‌ସନ୍ ପାଇବା ପାଇଁ ଦୁଇ ପତ୍ନୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି।

 

Breaking News