Report Card Odisha

| Daily Odia News

ଧର୍ମଗୁରୁ ଆଶାରାମ ବାପୁ ଦୋଷୀ…..

ରିପୋର୍ଟ କାର୍ଡ / ଗାନ୍ଧୀନଗର

ବଳାତ୍କାର ଅଭିଯୋଗରେ ଧର୍ମଗୁରୁ ଆଶାରାମ ବାପୁଙ୍କୁ ସୋମବାର ଗାନ୍ଧୀନଗରର ଦୌରା ଜଜ୍‌ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅହମ୍ମଦାବାଦ୍‌ର ମୋଟେରା ଆଶ୍ରମରେ ୧୦ ବର୍ଷ ତଳେ ଆଶାରାମ ବାପୁ ତାଙ୍କୁ ବଳାତ୍କାର କରିଥିବା ନେଇ ଅଭିଯୋଗ ଆଣିଥିଲେ ସୁରତର ଜଣେ ମହିଳା। ଏହି ମାମଲାର ଶୁଣାଣି କରି ଗାନ୍ଧୀନଗର ଦୌରା ଜଜ୍‌ ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ବିରୋଧରେ ଆଇପିସିର ଧାରା ୩୪୨, ୩୫୪ଏ, ୩୭୦(୪), ୩୭୬, ୫୦୫ ଆଦି ଦଫାରେ ମାମଲା ରୁଜୁ ହୋଇଥିଲା। ଆଶାରାମଙ୍କ ପତ୍ନୀ ଲକ୍ଷ୍ମୀ, ପୁଅ ନାରାୟଣ ସାଇ ସହ ୪ଜଣ ମହିଳା ଅନୁଗାମୀ ଧ୍ରୁବବେନ୍‌, ନିର୍ମଳା, ଜାସି ଓ ମୀରା ଏହି ମାମଲାରେ ଅଭିଯୁକ୍ତ ଥିଲେ। ତେବେ ଦୌରା ଜଜ୍‌ ସେମାନଙ୍କୁ ଦୋଷମୁକ୍ତ କରିଛନ୍ତି। ଆଶାରାମ ବାପୁ ବର୍ତ୍ତମାନ ଯୋଧପୁର ଜେଲ୍‌ରେ ବନ୍ଦୀ ଅଛନ୍ତି। ୨୦୧୩ରେ ଯୋଧପୁର ଆଶ୍ରମରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଯୋଧପୁରର ଏକ ଅଦାଲତ ଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ୨୦୧୮ରୁ ଜେଲ୍‌ରେ ଅଛନ୍ତି ଆଶାରାମ ବାପୁ।

Breaking News