Report Card Odisha

| Daily Odia News

ଆସାମ ଓ ମିଜୋରାମ ବିବାଦ ବଢ଼ିବାରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସାମ ଓ ମିଜୋରାମ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଆସାମବାସୀଙ୍କ ପାଇଁ ଗାଇଡଲଇନ୍ସ ଜାରିକରିଛନ୍ତି ଆସାମ ସରକାର | କହିଛନ୍ତି କି କୌଣସି ଆସାମବାସୀ ମିଜୋରମ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ମିଜୋରାମରେ ରହୁଥିବା ଆସାମ ଲୋକ ନିଜ ପ୍ରତି ଧ୍ୟାନ ଦେବାକୁ ଗାଇଡଲାଇନରେ କୁହାଯାଇଛି । ସୀମାରେ ମଧ୍ୟ ଯାଞ୍ଚ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ମିଜୋରାମରୁ ଆସୁଥିବା ସମସ୍ତ ଗାଡି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ରହିଛି । ମିଜୋରାମରୁ ଦୈନିକ ମାଦକ ଦ୍ରବ୍ୟ ଆସୁଥିବା ଖବର ମିଳିବା ପରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପୁରା ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ମିଜୋରାମ ସରକାର । ଆସାମ ସରକାରଙ୍କ ଏଭଳି ଗତିବିଧି ଉପରେ ନଜର ରଖିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅପିଲ୍ କରିଛନ୍ତି ମିଜୋରାମ ସରକାର । ପ୍ରଥମ ଥର ପାଇଁ କୌଣସି ଏକ ରାଜ୍ୟ ଆଉ ଏକ ରାଜ୍ୟ ବିରୋଧରେ ଏଭଳି ଆଭିମୁଖ୍ୟ ଗ୍ରହଣ କରିଛି । ସୀମାରେ କେନ୍ଦ୍ରୀୟ ସୁରକ୍ଷାବଳ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି ।

Breaking News