Report Card Odisha

| Daily Odia News

ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ, ଗୃହ ୪ ଯାଏଁ ମୁଲତବୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିଧାନସଭାର ଆଜି ବି ହଟ୍ଟଗୋଳ ।ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରି କକ୍ଷତ୍ୟାଗ କରିଛନ୍ତି ବିଜେଡି ସଦସ୍ୟ। ଠିକ୍ ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏହାଫଳରେ ବାଚସ୍ପତି ସୁରମା ପାଢ଼ୀ ପ୍ରଥମେ ସାଢ଼େ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ | ବାଚସ୍ପତି ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା | ସମାନ ଢଙ୍ଗରେ ବିରୋଧୀ ନାରାବାଜି ଦେଇଥିଲେ | ତେବେ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ଗୃହରେ ନାରାବାଜି କରିଥିଲେ ବିରୋଧୀ ବିଜେଡି ବିଧାୟକ। ଗୃହର ମଧ୍ୟଭାଗକୁ ଆସି ସେମାନେ ପ୍ରତିବାଦ କରିଥିଲେ। ଏଥିସହ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ନିଜ ଆସନରେ ଠିଆ ହେଇ ସେ ପ୍ରତିବାଦ କରିବା ପରେ, ବିଜେଡି ବିଧାୟକମାନେ ଶେଷରେ କକ୍ଷତ୍ୟାଗ କରିଥିଲେ। ସେହିପରି ଗୃହର ମଧ୍ୟ ଭାଗରେ ଠିଆ ହେଇ କଂଗ୍ରେସ ବିଧାୟକମାନେ ମଧ୍ୟ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ। ବଚସ୍ପତି ଗୃହକୁ ୪ ଯାଏଁ ମୁଲତବୀ ଘୋଷଣା କରିଛନ୍ତି|

Breaking News