ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବଶିଘ୍ର ବଢିପାରେ ବିଧାନସଭା ସିଟ ସଂଖ୍ୟା । ଓଡ଼ିଶା ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ବିଧାନସଭାରେ ଆଉ ୫୦ଟି ସିଟ ବଢିପାରେ । ଏବେ ୧୪୭ଟି ଅଛି ଯାହାକୁ ୨୦୦କୁ ବଢିପାରେ । ଫଳରେ ୩୦୦ ସଦସ୍ୟ ବସିବା ଭଳି କ୍ଷମତାର ନୂଆ ବିଧାନସଭା ନିର୍ମାଣ କରାଯାଉଛି । ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ନୂଆ ବିଧାନସଭା ସୌଧ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ଅତ୍ୟାଧୁନିକ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇସାରିଛି ।






More Stories
୭୧ ପ୍ରକଳ୍ପର ଶିଳାନ୍ୟାସ,ଲୋକାର୍ପଣ କଲେ ମନ୍ତ୍ରୀ…..
ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ……
୧୪ ଅଟଳ ବସ୍ଷ୍ଟାଣ୍ଡ ଲୋକାର୍ପଣ……