ରିପୋର୍ଟ କାର୍ଡ / ଭୁବନେଶ୍ୱର
ଖୁବଶିଘ୍ର ବଢିପାରେ ବିଧାନସଭା ସିଟ ସଂଖ୍ୟା । ଓଡ଼ିଶା ବିଧାନସଭା ସୀମା ପୁନଃ ନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ସୂଚନା ଦେଇଛନ୍ତି । ବିଧାନସଭାରେ ଆଉ ୫୦ଟି ସିଟ ବଢିପାରେ । ଏବେ ୧୪୭ଟି ଅଛି ଯାହାକୁ ୨୦୦କୁ ବଢିପାରେ । ଫଳରେ ୩୦୦ ସଦସ୍ୟ ବସିବା ଭଳି କ୍ଷମତାର ନୂଆ ବିଧାନସଭା ନିର୍ମାଣ କରାଯାଉଛି । ସେଣ୍ଟ୍ରାଲ ଭିଷ୍ଟା ଢାଞ୍ଚାରେ ନୂଆ ଲୋକସେବା ଭବନ ଏବଂ ନୂଆ ବିଧାନସଭା ସୌଧ ନିର୍ମାଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ଅତ୍ୟାଧୁନିକ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇସାରିଛି ।






More Stories
ପ୍ରବଳରୁ ଅତି ପ୍ରବଳ ବର୍ଷା ;ଓଡିଶାକୁ ରେଡ୍ ୱାର୍ଣ୍ଣିଂ…..
ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର…..
ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ…..