Report Card Odisha

| Daily Odia News

ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ…..

ରିପୋର୍ଟ କାର୍ଡ / କଟକ

ଆଉ ଗାଡ଼ି ଫିଟନେସ ପରୀକ୍ଷା ପାଇଁ ରହିବନି ମାନୁଆଲ ମୂଲ୍ୟାୟନ। ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ। ଏଭଳି ଏକ ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି। ଆଜିଠାରୁ କଟକ ଆରଟିଓରେ ଗାଡ଼ି ଫିଟନେସ ଯାଞ୍ଚ ପାଇଁ ଏଟିଏସ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଥିବାବେଳେ ଖୁବ ଶୀଘ୍ର ରାଜ୍ୟର ୨୧ଟି ଆରଟିଓରେ ଏଟିଏସ ସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଗାଡ଼ି ଫିଟନେସ ପରୀକ୍ଷାକୁ ସ୍ୱଚ୍ଛ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ସ୍ୱୟଂକ୍ରୀୟ ଯାନ ପଞ୍ଜୀକୃତ ବ୍ୟବସ୍ଥା ଏଟିଏସ ପଞ୍ଜୀକୃତ ହୋଇଛି। ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ । କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ଅଧୀନରେ ରାଜ୍ୟର ପ୍ରଥମ ଏଟିଏସ କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ବୈଷୟିକ ଜ୍ଞାନ କୌଶଳରେ ଗାଡ଼ିଗୁଡ଼ିକର ଫିଟନେସ ପରୀକ୍ଷା କରାଯିବ। ପୂର୍ବରୁ ଫିଟନେସ ପାଇଁ ଅବସ୍ଥାପିତ ଅଧିକାରୀ ଗାଡ଼ିର ଯାଞ୍ଚ କରୁଥିଲେ। କିନ୍ତୁ ଏଟିଏସ ଦ୍ୱାରା ଯୋଗ୍ୟ ନ ଥିବା ଗାଡ଼ି ସ୍ୱୟଂକ୍ରିୟ ପଦ୍ଧତିରେ ବାଦ ପଡ଼ିବେ ବୋଲି ଜଣାପଡ଼ିଛି।

Breaking News