ରିପୋର୍ଟ କାର୍ଡ / ଗଞ୍ଜାମ
ଗତ ଶୁକ୍ରବାର ସନ୍ଧ୍ୟାରେ ୩ ବିଜେପି କର୍ମୀଙ୍କ ସମେତ ଦୁଇ ବ୍ୟବସାୟୀ ଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା। ପୋଲିସ ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଆଧାରରେ ପୋଲିସ ୨ ସ୍ଥାନୀୟ ବିଜେଡି ନେତାଙ୍କୁ ଗୋଳନ୍ଥରା ଥାନା ରେ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ପଟେ ପୋଲିସ ପକ୍ଷରୁ ଚାପରେ ପଡି ଦୁଇ ବିଜେଡି ନେତାଙ୍କୁ ଅଟକ ନେଇ ବ୍ରହ୍ମପୁର ର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରା, ବ୍ରହ୍ମପୁର ମହାନଗର ଡେପୁଟି ମେୟର ବିବେକ ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ, ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ ଦାସ ,ଏସ ଧର୍ମରାଜ ରେଡ୍ଡୀ ପ୍ରମୁଖ ନେତା ବ୍ରହ୍ମପୁର ଏସପିଙ୍କୁ ଭେଟି ଆଲୋଚନା କରିବା ସହ ସତ୍ୟାସତ୍ୟ ଯାଞ୍ଚ କରି ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି।






More Stories
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..
ପିଏମ୍-ସୂର୍ଯ୍ୟ ଘର ସହ ଯୋଡ଼ି ହେବ ପିଏମ୍-ଆବାସ ଯୋଜନା…..
ରଥଯାତ୍ରାରେ ଅଧାକୁ କମିବ କର୍ଡନ୍ ପାସ୍…..