Report Card Odisha

| Daily Odia News

ଆଉ ସପ୍ତାହେ ଘୁଞ୍ଚିଲା ତାଲିବାନ ସରକାର ଗଠନ ପ୍ରକ୍ରିୟା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟାକୁ ସପ୍ତାହେ ଘୁଞ୍ଚିଲା ତାଲିବାନ | ଏହାକୁ ନେଇ ଶନିବାର ତାଲିବାନ ପକ୍ଷରୁ ଅଫିସିୟାଲି ଘୋଷଣା କରାଯାଇଛି । ସରକାର ଗଠନକୁ ନେଇ ଆଜି ହୋଇଥିବା ବୈଠକ ପରେ ତାଲିବାନ ନେତା କହିଛନ୍ତି ସରକାରରେ ସାମିଲ ହେଉଥିବା ନାଁର ଘୋଷଣା ସରକାର ଗଠନ ସହ ହେବ । ଅନୁମାନ କରାଯାଉଛି କି ତାଲିବାନର ସହ ସଂସ୍ଥାପକ ମୁଲ୍ଲା ବରାଦର ଏହି ନୂଆ ସରକାରର ନେତୃତ୍ୱ ନେବେ । ତାଲିବାନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୋହା ସ୍ଥିତ ତାଲିବାନ ରାଜନୈତିକ କାର୍ଯ୍ୟାଳୟର ଚେୟାରମ୍ୟାନ ମୁଲ୍ଲା ଅବଦୁଲ ଗନି ବରଦାରଙ୍କୁ ସରକାରଙ୍କ ମୁଖ୍ୟ କରିବାକୁ ସାର୍ବଜନୀନ ଘୋଷଣା ଶୀଘ୍ର କରାଯିବ । ମୁଲ୍ଲା ବରାଦରଙ୍କ ସହ ତାଲିବାନର ସଂସ୍ଥାପକ ମୁଲ୍ଲା ଉମରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓ ଶେର ମହମ୍ମଦ ଅବ୍ୱାସ ଷ୍ଟେନକଜଇଙ୍କର ମଧ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ତାଲିବାନ ସୂଚନା ଓ ସଂସ୍କୃତି ଆୟୋଗର ବରିଷ୍ଠ ଅଧିକାରୀ ମୁଫତି ଇମାନୁଲ୍ଲାହ ସାମଗାନି କହିଛନ୍ତି ସମସ୍ତ ବଡ ବଡ ନେତା କାବୁଲ ପହଞ୍ଚି ସାରିଛନ୍ତି । ଆଉ ନୂଆ ସରକାର ଗଠନ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସରକାର ଗଠନକୁ ନେଇ ଆପୋଷ ସହମତି ହୋଇ ସାରିଛି । ଆଉ ଏବେ ମନ୍ତ୍ରିମଣ୍ଡଳକୁ ନେଇ କିଛି ଆବଶ୍ୟକ କଥାବାର୍ତ୍ତା ଚାଲିଥିବା ନେଇ ଜଣାପଡୁଛି ।

Breaking News