ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଗକୁ ତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ | ବିଜେପି ଫୋକସରେ ରହିଛି ଅଯୋଧ୍ୟା । ଏହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେପି। ସହରରର ବିକାଶ କାର୍ଯ୍ୟ ପାଇଁ ଶନିବାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ସହିତ ଭର୍ଚୁଆଲ ମାଧ୍ୟମରେ ବିଭିନ୍ନ କାମର ସମୀକ୍ଷା କରିଛନ୍ତି । ରାସ୍ତା, ଭିତ୍ତିଭୂମି, ରେଳ ଷ୍ଟେସନ, ଏୟାରପୋର୍ଟ ସହିତ ପୁରା ଅଯୋଧ୍ୟାର ବିକାଶ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅଯୋଧ୍ୟାର ଏମିତି ବିକାଶ ହେବା ଉଚିତ ଯେମିତି କି ଜଣେ ବ୍ୟକ୍ତି ନିଜ ଜୀବଦଶାରେ ଅତି କମରେ ଥରେ ଅଯୋଧ୍ୟା ଯିବାକୁ ଇଚ୍ଛା କରିବେ ।
ବୈଠକରେ ପାର୍ଟିର ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଥିଲା ମାନସ ମନ୍ଥନ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପୂର୍ବତନ ଅଧ୍ୟକ୍ଷ ତଥା ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଅନେକ ବରିଷ୍ଠ ନେତା ଓ କ୍ୟାବିନେଟ୍ ମନ୍ତ୍ରୀ ଯୋଗ ଦେଇଥିଲେ। ବୈଠକରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ସ୍ମୁତି ଇରାନୀ ଓ କିରେନ ରିଜିଜୁଙ୍କ ପରି ମନ୍ତ୍ରୀ ଯୋଗ ଦେଇଥିଲେ। ପାଞ୍ଚ ରାଜ୍ୟରେ ବିଧାନସଭା ପାଇଁ ପ୍ରସ୍ତୁତି ଥିଲା ବୈଠକର ମୁଖ୍ୟ ଏଜେଣ୍ଡା । ଏଥିସହ ରାଜ୍ୟଗୁଡିକରେ କେନ୍ଦ୍ର ଯୋଜନାର କ୍ରିୟାନ୍ଵୟନ ଉପରେ ମଧ୍ୟ ଆଲୋଚନା ହୋଇଛି।
ଉଲ୍ଲେଖଯୋଗ୍ୟ, ଆସନ୍ତାବର୍ଷ ଦେଶରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପଞ୍ଜାବକୁ ବାଦ୍ ଦେଲେ ବାକି ଚାରି ରାଜ୍ୟରେ ବିଜେପି କ୍ଷମତାରେ ଅଛି। ଦଳ ପୁଣି ଥରେ ଏହି ରାଜ୍ୟଗୁଡିକରେ କ୍ଷମତା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ନିର୍ବାଚନରେ ଭଲ ଫଳାଫଳକୁ ନେଇ ବିଜେପି କେତେ ସତର୍କ ଓ ସଚେତନ ତାହା ମାରାଥନ ବୈଠକରୁ ଜଣା ପଡୁଛି। ରାଜନୈତିକ ଭବିଷ୍ୟତ ମଜବୁତ କରିବା ପାଇଁ ବିଜେପିକୁ ଉତ୍ତର ପ୍ରଦେଶରେ ଦମଦାର ପ୍ରଦର୍ଶନ କରିବାକୁ ପଡିବ। ନିକଟରେ ଉତ୍ତର ପ୍ରଦେଶ ବିଜେପିରେ ମତଭେଦର ଖବର ସାମ୍ନାକୁ ଆସିଥିଲା। ନିକଟରେ ସଂପନ୍ନ ନିର୍ବାଚନରେ ବିଜେପି ଆସାମରେ ନିଜ ସରକାର ବଞ୍ଚାଇବାରେ ସକ୍ଷମ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ଆଶାନୁରୂପ ସଫଳତା ମିଳିନଥିଲା।
More Stories
କୁଖ୍ୟାତ ଅପରାଧୀଙ୍କୁ ତଡିପାର କରାଯିବ…..
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଗୋପାଳପୁର ବନ୍ଦ ଗଲା ଆଦାନୀ ଗ୍ରୁପକୁ…..