Report Card Odisha

| Daily Odia News

ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ୍ ଭାରତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଫେବୃଆରୀ ମାସରୁ ରାଜ୍ୟରେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ପ୍ରାୟ ସାଢେ ୩ କୋଟି ଜନତାଙ୍କୁ ଏହି କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଓଡିଶାର ୧ କୋଟି ପରିବାର ଏହି ଯୋଜନାର ଲାଭ ପାଇପାରିବେ। କେହି ଉପଯୁକ୍ତ ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନହେବେ, ସେ ନେଇ ପ୍ରସ୍ତୁତି ଚାଲିଥିବା କହିଛନ୍ତି ମନ୍ତ୍ରୀ। ଏହି ଯୋଜନା ଲାଗୁ ହେବା ପରେ ଓଡିଶାର କୌଣସି ବି କାର୍ଡଧାରୀ ଦେଶରେ ଯେଉଁଠି ରହୁଥିଲେ ମଧ୍ୟ କାର୍ଡର ସୁଫଳ ପାଇପାରିବେ। ଏହି ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ରହିଛି। ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ।

Breaking News